• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରୋଡ୍ ରୋମିଓଙ୍କୁ ସିଧା କରିବ ବୀରା ସ୍କ୍ୱାର୍ଡର ଲାଠି

  • ପିଙ୍କ୍ ସ୍କୁଟରରେ ସବାର ହୋଇ ମଜନୁଙ୍କୁ ଧରିବ ମହିଳା ପୋଲିସ୍

  • ନିର୍ଭୟରେ ଯିବାଆସିବା କରିପାରିବେ ଯୁବତୀ

ନୂଆଦିଲ୍ଲୀ : ସାବଧାନ ରୋଡ୍ ରୋମିଓ । ମହିଳାଙ୍କୁ ହଇରାଣ କଲେ ଆଉ ତ୍ରାହି ନାହିଁ । ସାବାଡ଼ କରିବ ବୀରାଙ୍ଗନା ବୀରା ସ୍ୱାର୍ଡର ଲାଠି । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ସ୍କୁଲ, କଲେଜ, କଲେଜ, ପାର୍କ, ମଲ୍ ଏବଂ ସିନେମା ହଲ୍ ଖୋଲିବା ଆରମ୍ଭ ହୋଇଗଲାଣି । ପୂର୍ବାପେକ୍ଷା ସର୍ବସାଧାରଣ ସ୍ଥାନରେ ଅଧିକ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ରୋଡ୍ ରୋମିଓଙ୍କ ପ୍ରାଦୁର୍ଭାବ ପୁଣି ଥରେ ବଢ଼ିଲାଣି । କିନ୍ତୁ ବର୍ତ୍ତମାନ ଯେଉଁମାନଙ୍କର ଏପରି ଉଦ୍ଦେଶ୍ୟ ଅଛି ସେମାନେ ବେଳହୁଁ ସାବଧାନ ହେବା ଉଚିତ୍ । ଏବେ ମଜନୁଙ୍କୁ ବୁଦ୍ଧି ଶିଖାଇବା ବୀରା ସ୍ୱାର୍ଡ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ।

ଯେଉଁଠାରେ ଷ୍ଟ୍ରିଟ୍ କ୍ରାଇମ୍ ଅଧିକ, ସେଠାରେ ବୀରା ସ୍ୱାଡର ମହିଳା ପୋଲିସ୍ ପାଟ୍ରୋଲିଂ କରୁଛନ୍ତି । ମହିଳା ପୋଲିସର ସାହସୀ କର୍ମଚାରୀମାନେ ପୂରା ଯୋଶରେ ଫିଲ୍ଡକୁ ଆସୁଥିବା ଦେଖିବାକୁ ମିଳୁଛି । ଆଉ ତାଙ୍କ ଟିମ୍ ଦେଖି ରୋଡ୍ ରୋମିଓଙ୍କ ହଲକ ଶୁଖିଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ । ପୂର୍ବରୁ ମହିଳାମାନେ ପୋଲିସରେ କାମ କରୁଥିଲେ ସୁଦ୍ଧା ଫିଲ୍ଡରେ ତାଙ୍କୁ କମ୍ ଦେଖିବାକୁ ମିଳୁଥିଲେ । ହେଲେ ବର୍ତ୍ତମାନ ସମୟ ବଦଳିଛି । ବୀରା ସ୍ୱାର୍ଡ ଗଠନ ପରଠାରୁ ଗ୍ରାଉଣ୍ଡ ସ୍ତରରେ ସକ୍ରିୟ ରହୁଛନ୍ତି ମହିଳା ପୋଲିସ ।

ଗୋଲାପୀ ରଙ୍ଗକୁ ହାଲୁକା ନିଅନି

ଗୋଲାପୀ ରଙ୍ଗ କୋମଳତାର ପ୍ରତୀକ । ହେଲେ ବର୍ତ୍ତମାନ ଚିନ୍ତାଧାରା ପରିବର୍ତ୍ତନ କରିବାର ସମୟ ଆସିଛି । ଗୋଲାପୀ ରଙ୍ଗର ସ୍କୁଟରରେ ବୀରା ସ୍ୱାର୍ଡ ଆସୁଥିବା ଦେଖି ହାଲୁକା ଭାବେ ନିଅନ୍ତୁନି । ଦିଲ୍ଲୀ ରାସ୍ତାରେ ପିଙ୍କ୍ ସ୍କୁଟର ଚଳାଉଥିବା ମହିଳା ପୋଲିସ୍ ଅଧିକାରୀମାନେ ଲୁହା ଭଳି ଶକ୍ତିଶାଳୀ । ରାଜଧାନୀ ଦିଲ୍ଲୀରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହାନ । ଆଉ ସେ କହିଛନ୍ତି ରାଜଧାନୀ ରାସ୍ତାରେ ମହିଳା ପୋଲିସଙ୍କୁ ଦେଖିଲେ ଯୁବତୀ ଓ ମହିଳାଙ୍କ ଭୟ କମିବ । କମେଣ୍ଟ୍ ମାରିବା, ଝିଅଙ୍କୁ ହଇରାଣ୍ କରିବା ପରି ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଆଉ ବିନା ଦ୍ୱିଧାରେ ସେମାନେ ବାହାରେ ବୁଲିପାରିବେ ।