• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ନଭେମ୍ଵରରୁ ଏସବୁ ସ୍ମାର୍ଟଫୋନ୍‌ରେ

  • ୪୩ଟି ସ୍ମାର୍ଟଫୋନ୍‌ରେ ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍

ନୂଆଦିଲ୍ଲୀ: ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍‌ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ।  ପୁରୁଣା ଫୋନ୍ ଗୁଡ଼ିକରେ ହ୍ଵାଟସଆପ୍ ଖୁବ୍ ଶୀଘ୍ର ସପୋର୍ଟ ବନ୍ଦ କରିବାକୁ ଯାଉଛି। ଆସନ୍ତା ନଭେମ୍ଵର ୧ ତାରିଖଠାରୁ ଏସବୁ ଆଣ୍ଡ୍ରଏଡ୍ ମୋବାଇଲ୍ ଗୁଡ଼ିକରେ ଚାଲିବନି ମେସେଜିଂ ଆଫ୍ ହ୍ଵାଟସଆପ୍। ତାଲିକାରେ ୪୩ଟି ପୁରୁଣା ସ୍ମାର୍ଟଫୋନ୍ ମଡେଲ ରହିଛି। ଏସବୁ ମୋବାଇଲ୍‌ରେ କେବେହେଲେ ହ୍ଵାଟସଆପ୍ କାମ କରିବ ନାହିଁ।

ହ୍ଵାଟସଆପ୍ ସପୋର୍ଟ ବନ୍ଦ କରୁଥିବା ମଡେଲ ମଧ୍ୟରେ ଆଣ୍ଡ୍ରଏଡ୍ ଓ ଆପଲ୍ iOS ରହିଛି। ସୂଚନା ମୁତାବକ ଆଣ୍ଡ୍ରଏଡ୍ 4.0.4ରେ ହ୍ଵାଟସଆପ୍ ସପୋର୍ଟ କରିବ ନାହିଁ ବୋଲି କୁହାଯାଉଛି। ଯଦି ତାଲିକାରେ ଆପଣଙ୍କ ଫୋନ୍ ରହିଛି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ ନଭେମ୍ବର ମାସରୁ ଆପଣ ହଇରାଣରେ ପଡି ପାରନ୍ତି। ଏବେ ଜାଣନ୍ତୁ ସେସବୁ ପୁରୁଣା ସ୍ମାର୍ଟଫୋନ୍ ମଡେଲ। ତାଲିକାରେ ରହିଛି ଆପଲ କଂପାନୀର iPhone SE, 6S and 6S Plus। ସେହିଭଳି ସାମସଙ୍ଗ୍ କଂପାନୀର Galaxy Trend Lite, Galaxy Trend II, Galaxy SII, Galaxy S3 mini, Galaxy Xcover 2, ଗାଲେକ୍ସି Core ଏବଂ ଗାଲେକ୍ସି Ace 2 ମଡେଲ ରହିଛି।

ଏହାସହ ଏଲଜି କଂପାନୀର Lucid 2, ଅପ୍ଟିମସ୍ F7, Optimus F5, ଅପ୍ଟିମସ୍ L3 II Dual, Optimus F5, ଅପ୍ଟିମସ୍ L5, Optimus L5 II, Optimus L5 Dual, Optimus L3 II, Optimus L7, ଅପ୍ଟିମସ୍ L7 II Dual, ଅପ୍ଟିମସ୍ L7 II, ଅପ୍ଟିମସ୍ F6, Enact , ଅପ୍ଟିମସ୍ L4 II Dual, ଅପ୍ଟିମସ୍ F3, Optimus L4 II, Optimus L2 II, Optimus ନାଇଟ୍ରୋ HD and 4X HD, ଏବଂ Optimus F3Q ମଡେଲରେ ହ୍ଵାଟସଆପ୍ ସପୋର୍ଟ କରିବ ନାହିଁ।।

ଏସବୁ ବଡ଼ କଂପାନୀ ସହ ଜେଟିଇ କଂପାନୀର 4ଟି ମଡେଲ ରହିଛି। ସେସବୁ ଗୁଡିକ ହେଲା-

Grand S Flex, V956, Grand X Quad V987 ଏବଂ ଗ୍ରାଣ୍ଡ Memo।

ସେହିଭଳି ହୁୱାୱେ କଂପାନୀର Ascend G740, Ascend Mate, Ascend D Quad XL, Ascend D1 କ୍ଵାଡ XL, Ascend P1 S, ଏବଂ Ascend D2 ମଡେଲ ରହିଛି।  ସୋନି କଂପାନୀର ମୋବାଇଲ ବି ତାଲିକାରୁ ବାଦ ପଡିନି। କଂପାନୀର Xperia Miro, ଏକ୍ସପିରିଆ Neo L, Xperia Arc Sରେ ବି ହ୍ଵାଟସଆପ୍ କାମ କରିବ ନାହିଁ।  ଏସବୁକୁ ଛାଡି ଅନ୍ୟ ସବୁ ମଡେଲଗୁଡିକ ହେଲା Alcatel One Touch Evo 7, Archos 53 Platinum, HTC Desire 500, Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1 and THL W8। ବ୍ୟସ୍ତ ବହୁଳ ଜୀବନରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ଵଜନଙ୍କୁ ଯୋଡିବାର ଏକ ମାଧ୍ୟମ ପାଲଟି ଯାଇଛି ମେସେଜିଂ ଆଫପ୍ ହ୍ଵାଟସଆପ୍। ଏମିତିରେ ୪୩ଟି ମଡେଲର ପୁରୁଣା ମୋବାଇଲରେ ହ୍ଵାଟସଆପ୍ ସପୋର୍ଟ ବନ୍ଦ କରିବା ସତରେ ସମସ୍ତଙ୍କ ପାଇଁ ଏକ ଖରାପ ଖବର।