• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବାଦଲ ଫାଟିବା ପୂର୍ବରୁ ମିଳିପାରିବ କି ସୂଚନା?

  • ସାଧାରଣତଃ କେଉଁ ସ୍ଥାନରେ ଘଟେ ଏମିତି ଘଟଣା?

  • ଭାରତରେ କେଉଁ ରାଜ୍ୟକୁ ଏହର ରହିଛି ଅଧିକ ବିପଦ?

ନୂଆଦିଲ୍ଲୀ: ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା। ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍।ଆ ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି। ତେବେ ଆପଣ ଜାଣିଛନ୍ତି କି? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ। ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ ମଧ୍ୟ। ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବର୍ଷିଥାଏ। ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ। ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ। ୨୦୧୩ ମସିହାରେ କେଦାରନାଥରେ ଏପରି ସ୍ଥିତି ଉପୁଜିଥିଲା। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେଦାରନାଥରେ ଯେଉଁ ବାଦଲ ଫଟା ବର୍ଷା ହୋଇଥିଲା ସାଧରଣ ଭାବରେ ତାହା ହୁଏ ନାହିଁ କିନ୍ତୁ ଯଦି ହେଲା ତାହାଲେ କଥା ସରିଲା।

କାହିଁକି ହୁଏ ବାଦଲ ଫଟା ବର୍ଷା?

ସାଧାରଣ ଭାବରେ ପାହାଡ଼ିଆ ଇଲାକାରେ ବାଦଲ ଫଟା ବର୍ଷା ହୋଇଥାଏ। କାରଣ ପବନ ପାହାଡ଼ରେ ବାଡ଼େଇ ହେବା ପରେ ଉଭୟ ଦିଗରୁ ପାହାଡ଼ ଉପରକୁ ପବନ କ୍ଷୀପ୍ର ଗତିରେ ମାଡ଼ିଯାଏ। ଆଉ ଏହା ହେବା ପରେ ସେହି ସ୍ଥାନରେ ଭୟଙ୍କର ଭାବରେ ବର୍ଷା ହେବାରେ ଲାଗିଥାଏ। ଯାହାକୁ ବାଦଲ ଫଟା କୁହଯାଏ।

ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପରି ବର୍ଷା ସାଧାରଣ ଭାବରେ ଉତ୍ତର ଭାରତରେ ହୋଇଥାଏ। କାରଣ ସମୁଦ୍ରରୁ ବାଦଲ ଗୁଡ଼ିକ ଯାଇ ଏହି ସବୁ ସ୍ଥାନରେ ହିଁ ବାଡ଼େଇ ହୋଇଥାଏ ଆଉ ଏହା ପରେ ଆରମ୍ଭ ହୋଇଥାଏ ବାଦଲ ଫଟା ବର୍ଷା। ଏହାସହ ଯଦି କୌଣସି ସ୍ଥାନରେ ଘଂଟାକୁ ୧୦ ସେଂଟିମିଟରରୁ ଅଧିକ ବର୍ଷା ହୁଏ ତେବେ ଏହାକୁ ବାଦଲ ଫଟା ବର୍ଷା କୁହାଯାଏ।

ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ଯେତିକି କ୍ଷତି ନହୁଏ , ତାହାଠୁ ଅଧିକ କ୍ଷତି ବାଦଲ ଫାଟୁଥିବା ସ୍ଥାନରେ ହିଁ ହୋଇଥାଏ। ଆଉ ଯଦି କୌଣସି ଝରଣା କିମ୍ବା ନଦୀ ଉପରେ ବାଦଲ ଫାଟେ ତେବେ ହଠାତ୍‌ ପ୍ରବଳ ପାଣି ହୋଇଥାଏ। ତେଣୁ ବନ୍ୟା ହେବା ସହ ନଦୀରେ ପ୍ରବଳ ମାଟି ଏବଂ ବଡ଼ ବଡ଼ ପଥର ମଧ୍ୟ ଯାଏ। ତେଣୁ ନିମ୍ନ ସ୍ଥାନରେ ବା ତଳିଆ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ତେଣୁ ମୋଟ୍‌ ଉପରେ ପାହାଡ଼ିଆ ଇଲାକାରେ ବାଦଲ ଫାଟିଲେ ସ୍ଥିତି ଏକରକମ ସଙ୍ଗୀନ ହୋଇଥାଏ। କିନ୍ତୁ ଦୁଃଖର କଥା, ହମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାତାର ଭାବରେ ଏହି ପରି ଘଟଣା ଘଟୁଛି।

ବାଦଲଫାଟିବା ପୂର୍ବରୁ ମିଳିପାରିବ କି ସୂଚନା?

ପାଣିପାଗ ବିଜ୍ଞାନର ରିପୋର୍ଟ ଅନୁସାରେ, ବାଦଲ ଫଟା ବର୍ଷା କେଉଁଠି ଓ କେମିତି ହେବ ସେନେଇ କୌଣସି ବି ସୂଚନା ମିଳିପାରିବ ନାହିଁ। ଯେମିତି ଭୂକମ୍ପ ହେବା ପୂର୍ବରୁ କୌଣସି ସୂଚନା ମିଳେ ନାହିଁ ଠିକ୍ ସେହିପରି ବାଦଲ ଫଟା ବର୍ଷାର ମଧ୍ୟ କୌଣସି ସୂଚନା ମିଳେ ନାହିଁ। କିନ୍ତୁ ରାଡ଼ର ସାହାଯ୍ୟରେ କେବଳ ପ୍ରବଳ ବର୍ଷାର ଅନୁମାନ କରାଯାଇପାରିବ ବୋଲି କୁହାଯାଇଛି। କିନ୍ତୁ କେଉଁ ନିର୍ଦ୍ଧିଷ୍ଟ ସ୍ଥାନରେ ଏପରି ହେବ ସେନେଇ କୌଣସି ସୂଚନା ନାହିଁ। ମୋଟ୍‌ ଉପରେ ବାଦଲ ଫଟା ବର୍ଷା ଭୟଙ୍କର ରୂପ ଧାରଣ କରି ବହୁତ କ୍ଷତି କରିପାରେ।