• translate
Sarbeswar

News Highlights

  • ଜାଗା ଦେବାକୁ ରାଜି ହେଲା ମୁସଲିମ୍‌ ପକ୍ଷ

  • ଖୁବଶୀଘ୍ର ତିଆରି ହେବ ମନ୍ଦିର

  • ଦୀର୍ଘଦିନ ବିବାଦର ହେବ ପରିସମାପ୍ତି

ଲକ୍ଷ୍ନୌ: କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍‌ ପକ୍ଷ। ଏନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍‌ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍‌ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି। ଶ୍ରାବଣ ମାସରେ ହିଁ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଜାଗା ମିଳିଯିବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ମନ୍ଦିର ପାଇଁ ପାଖାପାଖି ୧୭ ଶହ ଫୁଟ୍‌ ଜାଗା ମିଳିନା ନେଇ ସ୍ପଷ୍ଟ ହୋଇଛି । ଏପଟେ, ମନ୍ଦିର ପ୍ରଶାସନ ମଧ୍ୟ ମୁସଲିମ୍‌ ପକ୍ଷକୁ ୧ ହଜାର ଫୁଟ୍‌ ଜାଗା ଦେବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ସ୍ଥାନରେ କଂଟ୍ରୋଲ୍‌ ରୁମ୍‌ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏଠାରେ କହିରଖୁଛୁ ଏହି ମାମଲା ଏବେ ବି ବାରାଣାସୀ କୋର୍ଟରେ ବିଚାରଧୀନ ରହିଛି।

ଜାଣନ୍ତୁ କ’ଣ ଥିଲା ବିବାଦ?

ଅନେକ ଦିନ ହେଲାଣି ଏହି ସ୍ଥାନରେ ମସଜିଦ୍‌କୁ ନେଇ ବିବାଦ ଦେଖାଦେଇଛି। ହିନ୍ଦୁ ପକ୍ଷର କହିବା ଅନୁସାରେ,କାଶୀ ବିଶ୍ୱନାଥ ମନ୍ଦିରକୁ ୧୬୬୪ ମସିହାରେ ଔରଙ୍ଗଦେବଙ୍କ ରାଜତ୍ୱ କାଳରେ ନଷ୍ଟ କରିଦିଆଯାଇଥିଲା। ଆଉ ଏହାପରେ ମନ୍ଦିରର ଅବଶେଷରେ ସେହିଠାରେ ହିଁ ମସଜିଦ୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ପରେ ୧୯୦୦ ମସିହାରେ ଏହାକୁ ନେଇ ପୁଣି ଥରେ ବିବାଦ ଦେଖାଯାଇଥିଲା ଏବଂ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷ ଅଂଟା ଭିଡ଼ିଥିଲେ। କିନ୍ତୁ ମୁସଲିମ୍‌ ପକ୍ଷ ଜାଗା ଦେଇନଥିଲେ। ଆଉ ଏହାରି ମଧ୍ୟରେ ୧୯୯୧ ମସିହାରେ ବାରାଣାସୀ ସିଭିଲ୍‌ କୋର୍ଟରେ ମାମଲା ଦାୟର କରାଯାଇଥିଲା। ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ମାମଲା ବିଚାରଧୀନ ରହିଛି। ତେବେ ଏହାରି ମଧ୍ୟରେ ଉଭୟ ପକ୍ଷଙ୍କ ଆଲୋଚନା ପରେ ମନ୍ଦିର ନିର୍ମାଣ ହେବ ବୋଲି ଜଣାପଡ଼ିଛି ଯାହାକୁ ନେଇ ହିନ୍ଦୁ ସମାଜ ମଧ୍ୟରେ ଖୁସି ଖେଳିଯାଇଛି।

 

Other Stories

  • Yediyurappa
    National ଇସ୍ତଫା ଦେବେ ୟେଦୁରପ୍ପା?

    ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି।...

  • corona
    COVID-19 ଦେଶରେ ୩୫୦୦୦ରୁ ଅଧିକ ପଜିଟିଭ ଚିହ୍ନଟ,୪୮୩ ମୃତ

    ମୋଟ୍‌ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ...

  • Navjot Singh Sidhu
    National “ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ବାଧ୍ୟ”

    ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ।...

  • Mumbai Rain
    National ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର: ୩୬ ମୃତ

    ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା...