• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡେରାଡୁନ୍ : ବିଜେପିକୁ ବଡ଼ ଝଟକା । ଆଗକୁ ନିର୍ବାଚନ ଥିବାବେଳେ ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ୟଶପାଲ ଆର୍ଯ୍ୟ ବର୍ତ୍ତମାନ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଅଛନ୍ତି ଏ‍ବଂ ତାଙ୍କ ଅଧୀନରେ ୬ଟି ବିଭାଗ ଅଛି । ସେ ପରିବହନ, ସାମାଜିକ କଲ୍ୟାଣ, ସଂଖ୍ୟାଲଘୁ କଲ୍ୟାଣ, ଛାତ୍ର କଲ୍ୟାଣ, ନିର୍ବାଚନ ଏବଂ ଏକ୍ସାଇଜ୍ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି । ସଞ୍ଜୀବ ଆର୍ଯ୍ୟ ତାଙ୍କ ପୁଅ ଯଶପାଲ ଆର୍ଯ୍ୟ ବାଜପୁରର ବିଧାୟକ ଓ ପୁଅ ସଞ୍ଜୀବ ଆର୍ଯ୍ୟ ନୈନିତାଲ ଆସନରୁ ବିଧାୟକ ଅଛନ୍ତି ।

କଂଗ୍ରେସରେ ଥିଲେ କଂଗ୍ରେସକୁ ଫେରିଲେ । ୟଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟ ପୂର୍ବରୁ କଂଗ୍ରେସରେ ହିଁ ଥିଲେ । ଦଳକୁ ଫେରିବା ପୂର୍ବରୁ ଉଭୟ ବାପା ପୁଅ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ଘରବାହୁଡ଼ା ପରେ ଆଗାମୀ ସମୟରେ ଏହା ବିଜେପି ପାଇଁ ସଙ୍କଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଆଉ ପ୍ରଶ୍ନ ଉଠୁଛି, ହଠାତ୍ କାହିଁକି ବଦଳିଗଲା ରାଜ୍ୟର ରାଜନୀତିର ଦୃଶ୍ୟପଟ୍ଟ । ଅନ୍ୟପକ୍ଷରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ଯଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟ ଦଳକୁ ସ୍ୱାଗତ କରିବା ସହ କହିଛନ୍ତି ଦଳକୁ ତାଙ୍କର ଘରବାହୁଡ଼ା ହୋଇଛି ।

ସୂଚନାଯୋଗ୍ୟ ଜୁଲାଇ ମାସରେ ପୁଷ୍କର ସିଂ ଧାମିଙ୍କ ସହ ଭେଟେରାନ ବିଧାୟକ ୟଶପାଲ ଆର୍ଯ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ୟଶପାଲ ଆର୍ଯ୍ୟଙ୍କ ସହ ବିଶ୍ୱ ସିଂ, ଅରବିନ୍ଦ ପାଣ୍ଡେ, ଗଣେଶ ଯୋଶୀ ଏବଂ ସୁବୋଧ ୟୁନିୟାଲ ମଧ୍ୟ ପୁଷ୍କର ସିଂ ଧାମିଙ୍କ କ୍ୟାବିନେଟରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଧନସିଂହ ରାୱତ, ରେଖା ଆର୍ଯ୍ୟ ଏବଂ ୟାତିଶ୍ୱର ନନ୍ଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।