• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । 

  • ଅଲ କାଏଦା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ସୂଚନା ।

  • ATSର ଅପରେସନ୍ ବେଳେ ଧରା ପଡ଼ିଛନ୍ତି ।

ଲକ୍ଷ୍ନୌ: ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା । ସେମାନଙ୍କୁ ଅଲ କାଏଦା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ମଧ୍ୟ କୁହାଯାଉଛି ।

ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ATSର ଅପରେସନ୍ ବେଳେ ଧରା ପଡ଼ିଛନ୍ତି ଏହି ଦୁଇ ଆତଙ୍କବାଦୀ । ୟୁପି ପୋଲିସର ଅତିରିକ୍ତ ଡିଜିଙ୍କ ସୂଚନା ଅନୁସାରେ ଲକ୍ଷ୍ନୌ ସହରର କାକୋରୀ ଅଞ୍ଚଳରେ ଏହି ଦୁଇ ଆତଙ୍କବାଦୀ ଲୁଚି ରହିଥିଲେ । ଏହାସହ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଯୋଜନା କରୁଥିଲେ ବୋଲି ସୂଚନା ରହିଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ଦୁଇ ଆତଙ୍କୀ ହେଲେ ମିନହାଜ୍ ଅହମ୍ମଦ ଓ ମସିରୁଦ୍ଦିନ । ଉଭୟ ଅଲକାଏଦା ଲିଙ୍କ୍ ଦ୍ୱାରା ପରିଚାଳିତ ଅନସାର ଘଜଓ୍ୱାତ ଉଲ ହିନ୍ଦ ସଂଗଠନର ବୋଲି ଜଣାପଡ଼ିଛି । ଏମାନଙ୍କ ଗିରଫଦାରୀ ଫଳରେ ଲକ୍ଷ୍ନୌରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରାଯାଇ ପାରିଛି ।

ଗତ ଜୁନ୍‌ ୩୦ ତାରିଖ ଦିନ ଜାମ୍ମୁରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛି ପୋଲିସ । ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଆତଙ୍କବାଦୀମାନେ କୁଲଗାମ ଜିଲ୍ଲାର ଚିମର ଗ୍ରାମରେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଉ ଏହି ସମୟରେ ଆତଙ୍କୀମାନେ ସେନା ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲେ । ଯାହାଦ୍ୱାରା ସେନା ମଧ୍ୟ କଡ଼ା ଜବାବ ଦେଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କୀ ନିପାତ ହୋଇଥିବା ନେଇ ସୂଚନା ମିଳିଥିଲା ।