• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଟୋ ବ୍ୟାଟେରୀ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

  • ଦୁଇ ଅଭିଯୁକ୍ତ ଗିରଫ

ଫରିଦାବାଦ : ବ୍ୟାଟେରୀ ଚୋରି ସନ୍ଦେହରେ ବର୍ବରତା । ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ବାପା କୋଳରେ ମଥା ରଖି ଜୀବନ ରଖିଲା ପୁଅ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅକୁ ବଞ୍ଚାଇପାରିଲେନି ବାପା । ଦୁଇ ଦିନ ପୂର୍ବରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଜେସର ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି ଯୋଗେଶ ଏବଂ ପଙ୍କଜ, ଉଭୟ ଫରିଦାବାଦର ମୁଜେସର ଗାଁର ବାସିନ୍ଦା ।

ମୃତ ଦୀପକ ମୁଜେସରର ସେକ୍ଟର -୭ ସ୍ଥିତ ଇନ୍ଦିରା କଲୋନୀ ବାସିନ୍ଦା । ଦୀପକ ବାପାମା’ ଓ ଭାଇଙ୍କ ସହ ରହୁଥିଲେ । ସେପ୍ଟେମ୍ବର ୩୦ ମଧ୍ୟାହ୍ନ ପ୍ରାୟ ୧୨.୦୦ ସମୟରେ ବଜାର ଆଡ଼କୁ ଯାଉଥିବା ବେଳେ ଅଟୋ ବ୍ୟାଟେରୀ ଚୋରି ଅଭିଯୋଗରେ ଦୀପକଙ୍କୁ ଦୁଇ ଜଣ ଆକ୍ରମଣ କରିଥିଲେ । ଏସମ୍ପର୍କରେ ଜାଣିବା ପରେ ପୁଅକୁ ଖୋଜିବା ପାଇଁ ବାହାରି ଯାଇଥିଲେ ମୃତକଙ୍କ ବାପା । ହେଲେ ଖୋଜିଲେ ବି ପୁଅକୁ କେଉଁଠି ପାଇନଥିଲେ ।

ସନ୍ଧ୍ୟା ସାଢ଼େ ୫ଟାରେ ସମୟରେ ଦୀପକ ରେଳ ଲାଇନ ନିକଟ ମେସିନ୍ ମାର୍କେଟ ପଛରେ ପଡ଼ିଥିବା କଥା କେହି ଆସିଥିଲା । ସେତେବେଳେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ ଦୀପକ୍ । ତେବେ ତାଙ୍କ ବାପା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଯୋଗେଶ ଏବଂ ପଙ୍କଜ ତାଙ୍କୁ ବାଡ଼ିରେ ପିଟି ପିଟି ମାରିଦେଇଥିବା କଥା କହିଥିଲେ । ଦୀପକଙ୍କ ବାପା ତୁରନ୍ତ ଡାକ୍ତରଖାନା ନେବାପାଇଁ ବ୍ୟବସ୍ଥା କରୁ କରୁ ସେ ଘଟଣାସ୍ଥଳରେ ଜୀବନ ହାରିଥିଲା ।

ମୃତକ ଦୀପକ୍ ବ୍ୟାଟେରୀ ଚୋରି କରିଥିବା ସନ୍ଦେହ କରୁଥିଲେ ଅଭିଯୁକ୍ତ । ଆଉ ଏଥିପାଇଁ ସେମାନେ ଦୀପକଙ୍କୁ ଆକ୍ରମଣ କରିଥିଲେ । ମୃତକଙ୍କ ବାପାଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ଦିନ ମୁଜେସର ବଜାରରୁ ଉଭୟଙ୍କୁ ଗିରଫ କରାଯାଇଛି ।