• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିବାହ ଆଇନକୁ ନବୀକରଣ କରିବାର ସମୟ ଆସିଛି

  • ନିଷ୍ପତ୍ତି ଶୁଣାଇଲେ କେରଳ ହାଇକୋର୍ଟ

କୋଚି : ସ୍ତ୍ରୀର ଶରୀର ସ୍ୱାମୀର ସମ୍ପତ୍ତି ନୁହେଁ । ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ଉଚ୍ଚ ନ୍ୟାୟାଳନ । ଜଷ୍ଟିସ୍ ମୋହମ୍ମଦ ମୁସ୍ତାକ୍ ଏବଂ ଜଷ୍ଟିସ୍ କୋସର ଏଡାପାଗାଥଙ୍କ ଏକ ବେଞ୍ଚ କହିଛନ୍ତି, ବିବାହ ଏବଂ ଛାଡପତ୍ର ଧର୍ମ ନିରପେକ୍ଷ ଆଇନ ଅନ୍ତର୍ଗତ ହେବା ଉଚିତ । ବର୍ତ୍ତମାନ ଦେଶର ବିବାହ ଆଇନକୁ ନବୀକରଣ କରିବାର ସମୟ ଆସିଛି । ପୁଣି ଥରେ ବିବାହ ପାଇଁ ନୂଆ ନିୟମ ପ୍ରଣୟନ ଜରୁରୀ ।

୧୯୯୫ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ସ୍ୱାମୀ ପେଶାରେ ଜଣେ ଡାକ୍ତର । ବିବାହ ସମୟରେ ଶ୍ୱଶୁରଙ୍କ ଠାରୁ ୫୦୧ ସୁନା ମୁଦ୍ରା, କାର ଏବଂ ଫ୍ଲାଟ ଯୌତୁକ ଆକାରରେ ନେଇଥିଲେ । ହେଲେ ଅଭିଯୁକ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ରୋଜଗାର ମେସିନ୍ ଭଳି ବ୍ୟବହାର କରିଥିଲେ ବୋଲି ଅଦାଲତ ଜାଣିବାକୁ ପାଇଛନ୍ତି । ବୈବାହିକ ଜୀବନ କିପରି ଖୁସିରେ କଟିବ, ସେଥିପାଇଁ ସ୍ତ୍ରୀ ମଥାପାତି ସ୍ୱାମୀର ସମସ୍ତ ନିର୍ଯ୍ୟାତନା ସହୁଥିଲେ । ଗାଳିଗୁଲଜ, ମାଡ଼ କଳି ଶୁଣି ମଧ୍ୟ ସ୍ୱାମୀ ପାଖରେ ପଡ଼ି ରହୁଥିଲେ । କିନ୍ତୁ ନିର୍ଯ୍ୟାତନା ଯେତେବେଳେ ସହନଶୀଳତାର ସୀମା ଛୁଇଁଲା, ସେତେବେଳେ ସେ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ । ଦଣ୍ଡବିଧାନ ଆଇନ ଅନୁଯାୟୀ ବୈବାହିକ ଦୁଷ୍କର୍ମକୁ ଆଇନ ସ୍ୱୀକୃତି ଦିଏ ନାହିଁ । ତେଣୁ ବୈବାହିକ ଦୁଷ୍କର୍ମ  ଛାଡପତ୍ର ଦାବି କରିବା ପାଇଁ ଏକ ସଠିକ କାରଣ ବୋଲି ବେଞ୍ଚ କହିଛନ୍ତି ।

କ୍ରୁରତା ଆଧାରରେ ଛାଡପତ୍ର ପାଇଁ ଆବେଦନକୁ ସ୍ୱୀକାର କରିଥିବା ପରିବାର କୋର୍ଟର ନିଷ୍ପତ୍ତି ବିରୋଧରେ ସ୍ୱାମୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହା ବ୍ୟତୀତ ସ୍ୱାମୀ ଦ୍ୱାରା ମିଳିତ ଅଧିକାର ମାଗୁଥିବା ଅନ୍ୟ ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଜୁଲାଇ ୩୦ ଏକ ନିର୍ଦ୍ଦେଶରେ କୋର୍ଟ କହିଛନ୍ତି, ପତ୍ନୀଙ୍କ ଶରୀରକୁ ତାଙ୍କ ସମ୍ପତ୍ତି ବୋଲି ଭାବିବା ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ବଳାତ୍କାର  ।