• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ଔଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ କିଛି ଶ୍ରମିକଙ୍କୁ ହାଇଡ୍ରୋଲିକ୍‌ କ୍ରେନ୍‌ ସାହାଯ୍ୟରେ ମଧ୍ୟ ଉଦ୍ଧାର କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୧୦୦ ଜଣ ଶ୍ରମିକଙ୍କୁ ଏହି ଅଗ୍ନିକାଣ୍ଡରୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ବହିନୀ ଗାଡ଼ି ନିୟୋଜିତ ଅଛନ୍ତି । ଖାଲି ସେତିକି ନୁହେଁ ବଡ଼ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ଦଳକଳ ବାହିନୀର ଜଣେ କର୍ମଚାରୀ କହିଛନ୍ତି ଯେ, ନିଆଁ ଲିଭା ଗାଡ଼ି ପହଞ୍ଚିବା ପୂର୍ବରୁ କିଛି ଲୋକ ତଳକୁ ଡେଇଁ ପଡ଼ିଥିଲେ, ହେଲେ ସେଥିରେ କାହାରି ପ୍ରାଣହାନୀ ହୋଇ ନାହିଁ ।

 

ଅନ୍ୟପଟେ ସୁରଟର ମେୟର ଓ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରାଯିବା ସହ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ଅଧିକ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି, ଖବର ପାଇବା ମାତ୍ରେ ଦମକଳବାହିନୀ ଗାଡ଼ି ଓ ଅଧିକାରୀ ଘଟଣାସ୍ଥାଳରେ ପହଞ୍ଚିଥିଲେ । ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଗୁରୁତର ଓ ଆହତଙ୍କୁ ମାଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛନ୍ତି । ଖାଲି ସେତିକି ନୁହେଁ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି ।