• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ । ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ଏବଂ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ହୋଇଛି । ଏୟାରହୋଷ୍ଟେସ୍ ଥିବା ଏଲେକ୍ସିସ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି ତେଜସ୍ୱୀ ଯାଦବ । ତେଜସ୍ୱୀ ଏବଂ ଆଲେକ୍ସିସ୍ ଉଭୟେ ପୁରୁଣା ବନ୍ଧୁ ଓ ପରସ୍ପରକୁ ୬ ବର୍ଷ ହେଲା ଜାଣିଛନ୍ତି ।

ନିର୍ବନ୍ଧ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ତେଜସ୍ୱୀ ଏବଂ ଆଲେକ୍ସିସ୍ । ତେବେ ନିର୍ବନ୍ଧ ପରେ ଦୁଇ ମାସର ବିରତି ଚାହୁଁଥିଲେ ତେଜସ୍ୱୀ । କିନ୍ତୁ ବର୍ତ୍ତମାନ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ ‍ବୋଲି କୁହାଯାଉଛି । ଦିଲ୍ଲୀର ସୈନିକ ଫାର୍ମରେ ତେଜସ୍ୱୀଙ୍କ ନିର୍ବନ୍ଧ ହୋଇଛି । ଏହି ସୈନିକ ଫାର୍ମ ତାଙ୍କ ଭଉଣୀ ମିସା ଭାରତୀଙ୍କର ଅଟେ । ତେବେ ନିର୍ବନ୍ଧ ପାଇଁ ସୈନିକ ଫାର୍ମର ବାହାରେ ଏବଂ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ଆସୁଥିବା ଏବଂ ଯାଉଥିବା ଯାନକୁ କଡା ଯାଞ୍ଚ କରାଯାଉଛି । ଅନେକ ବାଉନ୍ସର୍ ମଧ୍ୟ ନିୟୋଜିତ ହୋଇଛନ୍ତି । ନିକଟ ସମ୍ପର୍କୀୟଙ୍କ ସମେତ କେବଳ ୫୦ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେବଳ ନିମନ୍ତ୍ରଣ ଅତିଥିମାନଙ୍କୁ ନିର୍ବନ୍ଧସ୍ଥଳକୁ ବାଉନ୍ସରମାନେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି ।

ତେବେ ଉଭୟଙ୍କ ବିବାହ ପାଇଁ ରାଜି ନଥିଲେ ଲାଲୁ

ତେଜସ୍ୱୀ ଓ ଆଲେକ୍ସିସଙ୍କ ବିବାହ ପାଇଁ ରାଜି ନଥିଲେ ଲାଲୁ ଯାଦବ । ପୁଅ ଉପରେ ରାଗି ଯାଇଥିଲେ । ଆଲେକ୍ସିସ୍ ଏକ ଖ୍ରୀଷ୍ଟିଆନ ପରିବାରର ହୋଇଥିବାରୁ ଲାଲୁ ଏହି ସମ୍ପର୍କକୁ ବିରୋଧ କରିଥିଲେ । ଶେଷରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେବା ପରେ ଲାଲୁ ପୁଅ କଥାରେ ସହମତି ପ୍ରକାଶ କରିଥିଲେ ଓ ବିବାହ ପାଇଁ ଅନୁମତି ପ୍ରଦାନ କରିଥିଲେ ।