• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଷ୍ଟମାଷ୍ଟରଙ୍କ କର୍ତ୍ତବ୍ୟନିଷ୍ଠାକୁ ଶତ ଶତ ସଲାମ୍ । ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ, କାମ କରି ସମସ୍ତଙ୍କ ମନ ଜିଣି ନେଉଛନ୍ତି ତାମିଲନାଡ଼ୁର ଏସ୍ କ୍ରିଷ୍ଟୁରାଜା । ସ୍ମାର୍ଟଫୋନ୍ ଫୋନ୍ ଯୁଗରେ ନିସ୍ୱାର୍ଥପର ଭାବେ ଡାକେସବା ଜାରି ରଖିଛନ୍ତି । ଦୁର୍ଗମ ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ପେନସନ୍ ପହଞ୍ଚାଇବା ପାଇଁ ପ୍ରତି ମାସ ରବିବାର କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲ ଦେଇ ବିପଦପୂର୍ଣ୍ଣ ଯାତ୍ରା କରନ୍ତି । ନଦୀ, ନାଳ ପାହାଡ଼ ପାର କରି ତାଙ୍କୁ ବୃଦ୍ଧାଙ୍କ ଗାଁରେ ପହଞ୍ଚିବାକୁ ପଡ଼େ । ଜଙ୍ଗଲରେ ଜୀବଜନ୍ତୁଙ୍କ ଭୟ ଥିଲେ ସୁଦ୍ଧା କେବେ ବି ସେ କର୍ତ୍ତବ୍ୟରେ ହେଳା କରିନାହାନ୍ତି ।

ତାମିଲନାଡୁର ଇଞ୍ଜିକୁଝି ଗାଁରେ ରୁହନ୍ତି ୧୧୦ ବର୍ଷୀୟ ବୃଦ୍ଧ ମହିଳା କୁଟ୍ଟିୟାମ୍ମଲ । ତାଙ୍କୁ ପେନସନ୍ ଦେବାକୁ ପ୍ରତ୍ୟେକ ମାସର ପ୍ରଥମ ରବିବାର  ୫୫ ବର୍ଷ ବୟସ୍କ ପୋଷ୍ଟମାଷ୍ଟର ସ୍ କ୍ରିଷ୍ଟୁରାଜା ଏକ ଦୀର୍ଘ ଯାତ୍ରା ଆରମ୍ଭ କରନ୍ତି । ସକାଳ ୭ଟାରୁ ତାଙ୍କୁ ଯାତ୍ରା ଆରମ୍ଭ କରିବାକୁ ପଡ଼େ । ପ୍ରଥମେ ତାଙ୍କୁ ଡଙ୍ଗାରେ ୪ କିଲୋମିଟର ଯିବାକୁ ପଡ଼େ, ଆଉ ତା ପରେ ସେ ୧୦ କିଲୋମିଟର ଚାଲି ଚାଲି ଯାଆନ୍ତି । ଅନ୍ୟପଟେ ଡ୍ୟାମରେ ପାଣିର ସ୍ତର କମ୍ ହୋଇଗଲ, ତାଙ୍କୁ ୨୫ କିଲୋମିଟର ଚାଲିକି ଯିବାକୁ ପଡେ । ରାସ୍ତାରେ ମଣ୍ଡତୁରାଇ ଟାଇଗର ରିଜର୍ଭ ଜଙ୍ଗଲ ଦେଇ ତଥା ପାହଡ଼ପର୍ବତ, ନଦୀ ନାଳ ଦେଇ ଯିବାକୁ ପଡ଼େ, ତଥାପି ସେ କେବେ ଥକିଯାଇ ନାହାନ୍ତି । ୧୧୦ ବର୍ଷ ବୟସ୍କା ମହିଳାଙ୍କୁ ୫ ମାସ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରତି ମାସରେ ଏହିପରି ଯାତ୍ରା କରନ୍ତି କ୍ରିଷ୍ଟୁରାଜା ।

ପାଞ୍ଚ ମାସ ପୂର୍ବରୁ ଜିଲ୍ଲାପାଳ ଭି. ବିଷ୍ଣୁ ଇଞ୍ଜିଖୁଜି ଆଦିବାସୀ ଗ୍ରାମକୁ ଯାଇଥିଲେ । ବ୍ୟାଘ୍ର ସଂରକ୍ଷଣ ନିକଟରେ ଏହି ଗାଁ । ସେଠାରେ ୧୧୦ ବର୍ଷୀୟା କୁଟ୍ଟିୟାମ୍ମଲଙ୍କୁ ଭେଟିଥିଲେ ଜିଲ୍ଲାପାଳ । ବୟସର ଅପରାହ୍ନରେ ଥିବାରୁ ଠିକରେ ଚଲାବୁଲା କରିପାରୁ ନାହାନ୍ତି ବୃଦ୍ଧ ମହିଳା ଜଣକ । ତେବେ ତାଙ୍କର ଏପରି ଅବସ୍ଥା ଦେଖି ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ଦେବାକୁ ପ୍ରତିଶୃତି ଦେଇଥିଲେ ଭି. ବିଷ୍ଣୁ ଇଞ୍ଜିଖୁଜି । ଫେରିବା ପରେ ଭାରତ ଡାକ ବିଭାଗ ମାଧ୍ୟମରେ ପ୍ରତି ମାସରେ ବୃଦ୍ଧାଙ୍କ ପାଖରେ ୧୦୦୦ଟଙ୍କା ପେନସନ୍ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ କଲେକ୍ଟର ।

ତେବେ ଏହି ଦାୟିତ୍ୱ ଏସ୍ କ୍ରିଷ୍ଟୁରାଜାଙ୍କ ଉପରେ ନ୍ୟସ୍ତ କରାଯାଇଛି । କୌଣସି ଅବହେଳା ନକରି ସେ ମଧ୍ୟ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଡାକଘରର ଏକ ଶାଖା ପରିଚାଳନା କରନ୍ତି କ୍ରିଷ୍ଟୁରାଜା । ସଂପୃକ୍ତ ଶାଖାରେ ଆଉ କେହି କର୍ମଚାରୀ ନାହାନ୍ତି । ଫଳରେ ସମସ୍ତ କାମ ତାଙ୍କୁ କରିବାକୁ ପଡ଼େ । ତେଣୁ ସେ ପ୍ରତି ମାସରେ କୁଟ୍ଟିୟାମଲଙ୍କ ଘରେ ପହଞ୍ଚି ତାଙ୍କୁ ପେନସନ୍ ରାଶି ପ୍ରଦାନ କରନ୍ତି । ୧୯ ମେ ୧୯୯୭ରେ କ୍ରିଷ୍ଟୁରାଜ ‘ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଡେଲିଭରି ଏଜେଣ୍ଟ’ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ ।