• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଭାରତର ସ୍ୱତନ୍ତ୍ର ଏୟାରଷ୍ଟ୍ରିପ୍ । ରାଜସ୍ଥାନ ଜାଲୋରରେ ବାଡମେର୍ ହାଇୱେରେ ଏହି ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି । ଏନେଇ ଏକ ସ୍ୱତନ୍ତ୍ର କର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପାକିସ୍ତାନ ସୀମାରେ ତିଆରି ହୋଇଥିବା ଏହି ଏୟାରଷ୍ଟ୍ରିପରେ ସୁଖୋଇ ଓ ଜାଗୁଆର ବିମାନ ଉଡ଼ାଣ ଭରି ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଉଦଘାଟନ ହୋଇଛନ୍ତି ।

ତେବେ ଜରୁରୀ ପରିସ୍ଥିତିରେ ରାଜପଥରେ କିଭଳି ଯୁଦ୍ଧ ବିମାନ ଅବତରଣ କରିବ, ସେନେଇ ରଣକୌଶଳର ଏକ ଡେମୋ ପ୍ରଦର୍ଶନ କରାଯାଇଥିଲା । ଏଠାରେ ବାୟୁସେନାର ଜାଗୁଆର ଏବଂ ସୁଖୋଇ ଯୁଦ୍ଧ ବିମାନ ଏକ ଜରୁରୀକାଳୀନ ଅବତରଣ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଏୟାରଷ୍ଟ୍ରିପ ଭାରତ ପାକିସ୍ଥାନ ସୀମା ନିକଟରେ ଅବସ୍ଥିତ । ପ୍ରାୟ ୪ କିଲୋମିଟର ଲମ୍ବର ଏହି ଏୟାରଷ୍ଟ୍ରିପରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିବାକୁ ସକ୍ଷମ ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସୀମାରେ ତିଆରି ହୋଇଥିବା ଏୟାରଷ୍ଟ୍ରିପ ପାକିସ୍ତାନ ସୀମାଠାରୁ କିଛି ଦୂରରେ ରହିଛି, ଯାହା ପ୍ରମାଣିତ କରୁଛି ଭାରତ ଯେକୌଣସି ପରିସ୍ଥିତି ପାଇଁ ସର୍ବଦା ପ୍ରସ୍ତୁତ । କରୋନା ଅବଧି ସମୟରେ ଏୟାରଷ୍ଟ୍ରିପକୁ ପ୍ରସ୍ତୁତ କରାଯାଇଛି । ଏୟାରଷ୍ଟ୍ରିପ ସହିତ ତିନୋଟି ହେଲିପ୍ୟାଡ ମଧ୍ୟ ପ୍ରସ୍ତୁତ କରାଯାଇଛି, ଏଭଳି ପରିସ୍ଥିତିରେ ସେମାନେ କେବଳ ଯୁଦ୍ଧରେ ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟ ସମୟରେ ଉପଯୋଗୀ ହୋଇପାରିବ ।

ରାଜପଥରେ ଏହି ପ୍ରକାରର ଏୟାରଷ୍ଟ୍ରିପର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ପ୍ରାୟ ଚାରିଟି ବିମାନ ପାର୍କିଂ କରିବାର ସୁବିଧା ରହିଛି । ଗତ କିଛି ଦିନ ହେବ ଦେଶର ବିଭିନ୍ନ ଜାତୀୟ ରାଜପଥରେ ଏଭଳି ଏୟାରଷ୍ଟ୍ରିପ୍ ତିଆରି କରିବା ଉପରେ ବାୟୁସେନା ଲଗାତାର ଧ୍ୟାନ ଦେଉଛି । ଏହା ହେଉଛି ପ୍ରଥମ ଜାତୀୟ ରାଜପଥ, ଯେଉଁଠାରେ ଏଭଳି ଏୟାରଷ୍ଟ୍ରିପ୍ ପ୍ରସ୍ତୁତ କରାଯାଇଛି । ଏହାପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌରେ ଏକ୍ସପ୍ରେସୱେରେ ମଧ୍ୟ ସୁଖୋଇ ଅବତରଣ କରିଛି।