• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଛାତ୍ରଛାତ୍ରୀମାନେ ହିନ୍ଦୀରେ ପଢିପାରିବେ ମେଡିକାଲ ପାଠ

  • ପାଠ୍ୟକ୍ରମର ଅଂଶ ହେବ ତିନୋଟି ବହି

ଲକ୍ଷ୍ନୌ : ହିନ୍ଦୀରେ ମେଡିକାଲ୍ ପାଠ ପଢିପାରିବେ ଛାତ୍ରଛାତ୍ରୀ । ହିନ୍ଦୀ ଭାଷାର ତିନୋଟି ବହି ଶୁବ୍ ଶୀଘ୍ର ସିଲାବସରେ ଅନ୍ତର୍ଭୁକ୍ତ କରାଯିବ । ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ସମାନେ ବର୍ତ୍ତମାନ ହିନ୍ଦୀ ଭାଷାରେ ନିଜ କୋର୍ସ କରିପାରିବେ । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମେଧାବୀ ଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଭାଷା ସଂସ୍ଥା ପକ୍ଷରୁ ପ୍ରଥମ ଥର ପାଇଁ ଏହି ତିନୋଟି ପୁସ୍ତକ ପ୍ରକାଶ କରାଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ମେଡିକାଲ ପାଠ୍ୟକ୍ରମରେ ଏହି ବହିକୁ ଅନ୍ତର୍ଭୁକ୍ତ କରିବା ପାଇଁ ହିନ୍ଦୀ ଭାଷା ସଂସ୍ଥାର ଅଧ୍ୟକ୍ଷ ଡ.ରାଜନାରାୟଣ ଶୁକ୍ଲା ୟୁପି ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ରଖିଛନ୍ତି । ଏହି ବହି ଗୁଡିକୁ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ଡ଼ ଟିସି ଗୋଏଲ (ବୟସ ୮୦) ଏବଂ ତାଙ୍କ ପୁଅ ଡକ୍ଟର ଆପୁଲ ଗୋୟଲ ଲେଖିଛନ୍ତି ।

ଆଧୁନିକ ଅସ୍ତ୍ରୋପଚାର ଉପରେ ଦୁଇଟି ପୁସ୍ତକ ଏବଂ ନିରାକରଣ ଉପରେ ଗୋଟିଏ ପୁସ୍ତକ

ଡାକ୍ତରୀ ସିଲାବସ୍‌ରେ ହିନ୍ଦୀ ଭାଷାର ବହି ଉପଲବ୍ଧ ନଥିବା ତଥା ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାଷା ସଂସ୍ଥା ଏପରି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛି । ପ୍ରଥମ ଦୁଇଟି ବହି, ଆଧୁନିକ ସର୍ଜରୀ ଏବଂ ସ୍ପେସିଆଲିଟି ଅଫ୍ ସର୍ଜରୀର ହୋଇଥିବା ବେଳେ ତୃତୀୟ ବହିରେ ରୋଗ ନିରାକରଣ ପାଠ୍ୟକ୍ରମ ରହିଛି । ଏହି ତିନୋଟି ବହିରେ ଅସ୍ତ୍ରୋପଚାରର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି ।

ପ୍ରବନ୍ଧନ ବହି ଉପରେ ଜାରି ରହିଛି କାମ

ମେଡିକାଲ ସହ ଭାଷା ସଂସ୍ଥା ପ୍ରବନ୍ଧନ ବିଷୟ ସହ ଜଡ଼ିତ ହିନ୍ଦୀ ଭାଷା ବହି ଉପରେ କାମ କରୁଛି । ଏହି ସଂସ୍ଥା ତରଫରୁ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ରାଜୀବ ସିଜୋରିଆ ‘ଇଣ୍ଡିଆନ୍ ଆର୍ଟ ଅଫ୍ ମ୍ୟାନେଜମେଣ୍ଟ’ଉପରେ ଏକ ବହି ଲେଖୁଛନ୍ତି । ଆଗାମୀ ଦିନରେ ହିନ୍ଦୀ ଭାଷାରେ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀ ବହି ଲେଖିବା ଉପରେ ବିଶେଷ ଧ୍ୟାନ ଦେଉଛି ସଂସ୍ଥା । ସରକାରୀ ସ୍ତରରୁ ଏହି ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରାଗଲେ, ଆଗାମୀ ବ୍ୟାଚ୍‌ରୁ ଏହି ତିନୋଟି ପୁସ୍ତକକୁ ଡାକ୍ତରୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ।

ସମସ୍ତ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ମାଗଣାରେ ଉପଲବ୍ଧ ହେବ ଏହି ବହି

କୌଣସି ପ୍ରକାଶକ ହିନ୍ଦୀରେ ଡାକ୍ତରୀ ପୁସ୍ତକ ପ୍ରକାଶ କରିବାକୁ ପ୍ରସ୍ତୁତ ନାହଁନ୍ତି ବୋଲି କହିଛନ୍ତି ୟୁପି ଭାଷା ସଂସ୍ଥା ଅଧ୍ୟକ୍ଷ ଡ.ରାଜନାରାୟଣ ଶୁକ୍ଲା । ଆଉ ତା’ପରେ ସଂସ୍ଥାର ଉଦ୍ୟମରେ ଡକ୍ଟର ଟିସି ଗୋୟଲ ଏହି ତିନୋଟି ବହି ଲେଖଯାଇଛି । ଏହି ବହିକୁ ସଂସ୍ଥା ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ବିନା ମୂଲ୍ୟରେ ଉପଲବ୍ଧ କରାଯିବ । ୩ଟି ବହିକୁ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମାଙ୍କ ସହ ଆଲୋଚନା କରାଯାଇଛି । ବହିଗୁଡ଼ିକୁ ସିଲାବସର ଏକ ଅଂଶ କରିବାକୁ ଆଗାମୀ ଦିନରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ କୁହାଯିବ। ଏହି ପୁସ୍ତକ ଗୁଡ଼ିକ ହିନ୍ଦୀ ଭାଷାର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ ।