• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଙ୍ଗାଲୁରୁ : ଗୋଟିଏ ପରିବାରର ପାଞ୍ଚ ଜଣ ମୃତ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଅଞ୍ଚଳରେରୁ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ପୋଲିସ୍ । ଚାରିଜଣ ରଶିରେ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ନଅ ମାସର ଶିଶୁର ଶବ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀର ବୁରାଡ଼ି ଘଟଣା ଲୋକଙ୍କ ମନକୁ ଆସିଯାଉଛି, ଦୁଇ ବର୍ଷ ପୂର୍ବେ ଗୋଟିଏ ଘରୁ ୧୧ ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ପାଞ୍ଚ ଦିନ ହେବ ମୃତଦେହ ସହ ରହୁଥିଲା ଅଢ଼େଇ ବର୍ଷର କୁନି ଝିଅ

ତେବେ ସୌଭାଗ୍ୟବଶତଃ ଏହି ହୃଦୟବିଦାରକ ଘଟଣାରୁ ବଞ୍ଚିଯାଇଛି ଅଢ଼େଇ ବର୍ଷର କୁନି ଝିଅ । ଆଉ ସେ ପାଞ୍ଚ ଦିନ ଧରି ମୃତଦେହ ସହିତ ଘରେ ରହୁଥିଲା, ବର୍ତ୍ତମାନ କୁନି ଝିଅକୁ ସେଠାରୁ ଉଦ୍ଧାର କରାଯାଇଛି । ହେଲେ ଉଦ୍ଧାର ବେଳକୁ ଝିଅଟି ଅଚେତ ପ୍ରାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୂରା ପରିବାର ଲୋକେ କିପରି ମରିଛନ୍ତି, ଆତ୍ମହତ୍ୟା କଲେ ନା କିଏ ମାରିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି କହିଛନ୍ତି ।

ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍‌ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୋଲିସ କହିଛି ।

ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । ଏହି ଘଟଣାରେ ଉଦ୍ଧାର ହୋଇଥିବା କୁନି ଝିଅର ଜେଜେବାପା ଶଙ୍କର ଆତଙ୍କିତ ଅବସ୍ଥାରେ ଅଛନ୍ତି । ତାଙ୍କ ଝିଅମାନେ ସ୍ୱାମୀଙ୍କ ସହ ଝଗଡ଼ା କରି ବାପ ପରେ ଘରକୁ ପଳାଇ ଆସିଥିଲେ । ତେବେ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପତ୍ନୀ ଭାରତୀ ସେମାନଙ୍କୁ ଘରେ ରହିବାକୁ ପ୍ରୋତ୍ସାହିତ କରିଥିବା ସେ କହିଛନ୍ତି ।

ପଡୋଶୀଙ୍କ ସୂଚନା ଅନୁସାରେ ଶଙ୍କର ଏବଂ ତାଙ୍କ ପୁଅ ମଧୁସାଗର ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ମାଡଗାଳି ହେବାପରେ ଶଙ୍କର ଘରୁ ବାହାରକୁ ଚାଲି ଯାଇଥିଲେ । ଏହି ଘଟଣା ପରେ ପରିବାର ଲୋକେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଶବ ଗୁଡ଼ିକ କ୍ଷତ ବିକ୍ଷତ ଅବସ୍ଥାରେ ମିଳିଥିଲା । ପାଞ୍ଚ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଫୋରେନସିକ୍ ବିଶେଷଜ୍ଞ ଏବଂ ପୋଲିସ ଅଧିକାରୀ ପକ୍ଷରୁ କୁହାଯାଇଛି ।