• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଟ୍ୱିଟ୍‌ କଲେ ଶିଳ୍ପା

  • ବିଚଳିତ ଅଛନ୍ତି ଶିଳ୍ପା

ନୂଆଦିଲ୍ଲୀ: ପ୍ରଥମେ ନିଜ ସ୍ୱାମୀଙ୍କ ଉପରେ, ତା ପରେ ଟ୍ରୋଲର୍ ଓ ମିଡିଆ ଉପରେ ଶିଳ୍ପା କ୍ଷୋଭ ପ୍ରକାଶ କରିଥିଲେ । ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଆପରେ ବିତରଣ ମାମଲାରେ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ, ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କୁ ଶକ୍ତ ଧକ୍କା ଲାଗିଛି । ତେବେ ଦୀର୍ଘଦିନ ଧରି ଚୁପ୍ ରହିବା ପରେ, ଆଜି ସେ ମୁହଁ ଖୋଲିଛନ୍ତି ଓ ଟୁଇଟରରେ ବିବୃତ୍ତି ଜାରି କରିଛନ୍ତି ।

ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାର ପ୍ରାୟ ୨ ସପ୍ତାହ ବିତିଲାଣି । ହେଲେ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି । ହେଲେ ଟ୍ରୋଲ୍ ଭାଙ୍ଗିଦେଲା ଧୈର୍ଯ୍ୟର ବନ୍ଧ । ଆଜି ଟୁଇଟରରେ ଲିଖିତ ବୟାନ ଜାରି କରିଛନ୍ତି ଶିଳ୍ପା । ସେ ଲେଖିଛନ୍ତି... ହଁ... ବିଗତ କିଛି ଦିନ ସବୁଆଡ଼ୁ ସମସ୍ୟାପୂର୍ଣ୍ଣ ରହିଛି। ଅନେକ ଗୁଜବ ଓ ଦୋଷାରପ ହେଉଛି । ଗଣମାଧ୍ୟମ ଓ ତଥାକଥିତ ଶୁଭେଚ୍ଛୁଙ୍କ ଦ୍ୱାରା ମୋ ଉପରେ ଅକାରଣରେ ନାନା ଅପବାଦ ଲଦି ଦିଆଯାଉଛି । କେବଳ ମୋତେ ନୁହେଁ, ମୋ ପରିବାରକୁ ମଧ୍ୟ ଟ୍ରୋଲ୍ କରାଯାଉଛି । ମୋ ମତ, ମୁଁ ଏଯାଏଁ କୌଣସି ଟିପ୍ପଣୀ ଦେଇନି ।

ମାମଲା ବିଚାରାଧୀନ ଥିବାରୁ ଆଗକୁ ମଧ୍ୟ ଏଥିରୁ ବିରତ ରହିବି । ତେଣୁ ଦୟାକରି ମୋ ପକ୍ଷରୁ ମନଗଢ଼ା ମିଛ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ । ମୁଁ ଜଣେ ସେଲିବ୍ରିଟି ଭାବେ ମୋ ଦର୍ଶନ ବାରମ୍ବାର ଦୋହରାଉଛି ଯେ, କେବେ ଆପତ୍ତି କରନାହିଁ, କେବେ ସ୍ପଷ୍ଟୀକରଣ ଦିଅନାହିଁ । କେବଳ ଏତିକି କହିବି ଯେ, ମୋର ମୁମ୍ବାଇ ପୋଲିସ ଓ ଭାରତୀୟ ନ୍ୟାୟିକବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ।

ଏକ ପରିବାର ଭାବେ, ଆମେ ଯଥାସମ୍ଭବ ଆଇନଗତ ଉପାୟର ସାହାରା ନେଉଛୁ । କିନ୍ତୁ ସେ ପର୍ଯ୍ୟନ୍ତ ଖାସ୍ କରି ଜଣେ ମାଆ ଭାବେ ମୁଁ ଅନୁରୋଧ କରୁଛି, ଅନ୍ତତଃ ମୋ ପିଲାଙ୍କୁ ଚାହିଁ, ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ ଏବଂ ଅର୍ଦ୍ଧସତ୍ୟର ଯାଞ୍ଚ ନକରି ତା ଉପରେ ମନ୍ତବ୍ୟ ନଦେବାକୁ ଅନୁରୋଧ କରୁଛି । ମୁଁ ଆଇନକୁ ମାନୁଥିବା ଜଣେ ଗର୍ବିତ ଭାରତୀୟ ନାଗରିକ ଏବଂ ୨୯ ବର୍ଷ ଧରି ଜଣେ କଠିନ ପରିଶ୍ରମୀ ପେଶାଦାର କର୍ମଜୀବୀ । ଲୋକମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି ଏବଂ ମୁଁ କାହାକୁ ନିରାଶ କରିନି ।

ତେଣୁ ବର୍ତ୍ତମାନ ସମୟରେ ମୋର ଏବଂ ମୋ ପରିବାରର ଗୋପନୀୟତାର ଅଧିକାରକୁ ସମ୍ମାନ ଦେବାକୁ ମୁଁ ଅନୁରୋଧ କରୁଛି । ଆମେ କୌଣସି ମିଡିଆ ଟ୍ରାଏଲ୍ ଆଶା କରୁନାହୁଁ । ଦୟାକରି ଆଇନକୁ ତା ବାଟରେ ଯିବାକୁ ଦିଅନ୍ତୁ । ସତ୍ୟମେବ ଜୟତେ ବୋଲି ଲେଖିଛନ୍ତି ଶିଳ୍ପା।

ଗତ କିଛି ଦିନ ତଳେ, ମାମଲାକୁ ନେଇ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଉପରେ ବର୍ଷିଥିଲେ ଶିଲ୍ପା ସେଟ୍ଟି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଆମ ପାଖରେ ସବୁକିଛି ଅଛି । ଏସବୁ କରିବା କଣ ଦରକାର ଥିଲା ବୋଲି କ୍ଷୁବ୍ଧ ହୋଇ କୁନ୍ଦ୍ରାଙ୍କୁ ପଚାରିଥିଲେ ଶିଳ୍ପା । ଶୁକ୍ରବାର ଘରର ତଲାସି ପାଇଁ ରାଜ୍ କୁନ୍ଦ୍ରାଙ୍କୁ ସାଥିରେ ଧରି ମୁମ୍ବାଇ ପୋଲିସ ଟିମ୍ ଯାଇଥିବା ବେଳେ, ତାଙ୍କୁ ଦେଖୁଦେଖୁ କାନ୍ଦି ପକାଇଥିଲେ ଶିଳ୍ପା ସେଟ୍ଟି । ଆଉ ସମସ୍ତଙ୍କ ସାମ୍ନାରେ ଏଭଳି ପ୍ରଶ୍ନ ପଚାରିଥିଲେ । ଭଗବାନ ଆମକୁ ସବୁକିଛି ଦେଇଛନ୍ତି। କଣ ଦରକାର ଥିଲା ଯେ, ଏସବୁ କରିବାକୁ ପଡ଼ିଲା ବୋଲି ସେ ପ୍ରଶ୍ନ କରିଥିଲେ ।

ତାଙ୍କର ଏହି କାମ ପାଇଁ ପରିବାରର ପ୍ରତିଷ୍ଠା ମାଟିରେ ମିଶିବା ସହ ବହୁ ଏଣ୍ଡୋର୍ସମେଣ୍ଟ ଓ ପ୍ରୋଜେକ୍ଟ ହାତରୁ ଚାଲିଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିବା ବୋଲି ସୂଚନା ମିଳିଛି । ଏହି ମାମଲାରେ ୬ ଘଣ୍ଟା ଧରି ପୋଲିସ ଜେରାର ସାମ୍ନା କରିସାରିଛନ୍ତି ଶିଳ୍ପା। ସ୍ୱାମୀଙ୍କୁ ନିର୍ଦ୍ଦୋଷ ଦର୍ଶାଇବା ସହ ତାହା ଅଶ୍ଳୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା ବୋଲି ସଫେଇ ବି ଦେଇଛନ୍ତି । ହେଲେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଏଯାଏଁ ତାଙ୍କୁ କ୍ଲିନଚିଟ୍‌ ଦେଇନାହିଁ। ସେପଟେ ତାଙ୍କ ବିରୁଦ୍ଧରେ ରିପୋର୍ଟିଂ କରିବାରୁ ମିଡିଆକୁ ରୋକିବା ଅପିଲ୍ ପ୍ରସଙ୍ଗରେ ହାଇକୋର୍ଟ କହିଛନ୍ତି ଯେ, ଏହାଦ୍ୱାରା ପ୍ରେସର ସ୍ୱତନ୍ତ୍ରତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।