• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗ୍ରାହକଙ୍କୁ ଏସବିଆଇ ଆର୍ଲଟ୍

  • ନକଲି କଷ୍ଟମର କେୟାର ନମ୍ବର ପ୍ରତି ସାବଧାନ

ନୂଆଦିଲ୍ଲୀ: ଡିଜିଟାଲ ଟ୍ରାଞ୍ଜାକ୍ସନ ଯେତିକି ବଢୁଛି ସାଇବର ଠକେଇ ସେତିକି ବଢିବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ତରିକା ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି ଠକ। ମାମଲା ବଢି ଚାଲିଥିବା ବେଳେ ଠକେଇ କମିବା ବଦଳରେ ବଢି ବଢି ଚାଲିଛି। ଆଜିକା ସମୟରେ ଯଦି ଆପଣ କିଛି ବି ଭୁଲ୍ କରନ୍ତି ତେବେ ଆପଣଙ୍କ ଠକେଇର ଶିକାର ହୋଇପାରନ୍ତି। ଏମିତିକି ଆପଣଙ୍କ ଆକାଉଣ୍ଟକୁ ଖାଲି କରି ଦେଇ ପାରନ୍ତି ସାଇବର ଠକ। ତେବେ ଏହି ଠକମାନଙ୍କ ଠାରୁ ବର୍ତ୍ତିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରି ଆସୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ନକଲି କଷ୍ଟମର କେୟାର ନମ୍ବରକୁ ନେଇ ଏକ ଆଲର୍ଟ ଜାରି କରିବାକୁ ବାଧ୍ୟ ହୋଇଛି ଏସବିଆଇ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ନକଲି କଷ୍ଟମର କେୟାର ନମ୍ବର ପ୍ରତି ସାବଧାନ ରହିବାକୁ ସତର୍କ କରାଇଛି। ଏସବିଆଇ ଟ୍ଵିଟ କରି ଲେଖିଛି ଯେ, ଠକମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ। ଯଦି ବ୍ୟାଙ୍କ ସମ୍ୱଦ୍ଦୀୟ କୌଣସି ତଥ୍ୟ ଜାଣିବାର ଚାହାଁନ୍ତି ତେବେ କଷ୍ଟମର କେୟାର ସର୍ଭିସ ପାଇଁ ଏସବିଆଇ ୱେବସାଇଟକୁ ଯାଆନ୍ତୁ। କେବେ ହେଲେ ନିଜର ଗୋପନୀୟ ତଥ୍ୟ କାହା ସହ ସେୟାର କରନ୍ତୁ ନାହିଁ।

ଦେଶର ଅଗ୍ରଣୀ ବ୍ୟାଙ୍କ ଏସବିଆଇ ଏକ ଭିଡିଓ ସେୟାର କରି ତାର ଗ୍ରାହକମାନଙ୍କୁ ସଚେତନ କରାଇଛି। ବ୍ୟାଙ୍କ କହିଛି ଯେ, କୌଣସି ମୂହୁର୍ତ୍ତରେ ଆପଣ ଯଦି ଠକେଇର ଶିକାର ହୁଅନ୍ତି, ତେବେ report.phising@sbi.co.in ୱେବସାଇଟକୁ ଯାଇ ଅଭିଯୋଗ କରନ୍ତୁ। ଏହା ସହ ସାଇବର କ୍ରାଇମ ହେଲ୍ପଲାଇନ ୧୫୫୨୬୦କୁ କଲ କରି ସମସ୍ତ ଅଭିଯୋଗ ଜଣାନ୍ତୁ।

ଟଙ୍କା ଲୁଟିବା ପାଇଁ ସାଇବର ଠକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଯେପରିକି ଆପଣଙ୍କୁ ଫୋନ କରି ଆପଣଙ୍କ ନାମ, ଠିକଣା ଆଦି ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏପରିକି ବେଳେ ବେଳେ ଏଟିଏମର ପିନ୍ କୋଡ଼ ନେଇ ସାଇବର ଠକମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଛନ୍ତି।