• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବଢ଼ି ଚାଲିଛି । ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ଦୁର୍ବୃତ୍ତ, ଆଉ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ବିନ୍ଦାସ ବୁଲୁଛନ୍ତି । ଗୋରଖପୁରରେ ହତ୍ୟାକାଣ୍ଡ ପରେ ରାଜଧାନୀ ଲକ୍ଷ୍ନୌ ଏବଂ କାନପୁରରେ ମଧ୍ୟ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାନପୁରର ଏକ ପରିବା ବଜାର ନିକଟରେ  ସମାଜବାଦି ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସପା ନେତାଙ୍କୁ ହତ୍ୟା କରିବା ପରେ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସପା ନେତାଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଆରାମରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଛନ୍ତି । ଏହି ଘଟଣା ପରେ ରକ୍ତ ଜୁଡୁବୁଡୁ ସପା ନେତାଙ୍କୁ କିଛି ଯୁବକ ଶୀଘ୍ର ବାଇକ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା, ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇବା ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍ପଷ୍ଟ ଦିବାଲୋକରେ ନେତାଙ୍କୁ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ମୃତକ ହର୍ଷ ଯାଦବ ସମାଜବାଦୀ ପାର୍ଟିର ଯୁବଜନ ସଭା କାନପୁର ଉପ-ସଭାପତି ଥିଲେ । ବଜାରରେ ଦଉଡ଼ାଉ ଦଉଡ଼ାଇ ସପା ନେତା ହର୍ଷଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ କରୁଛି । ବାରା ପୋଲିସ ଷ୍ଟେସନ ଅଞ୍ଚଳର ଅଞ୍ଚଳରେ ଏକ ଘଟଣା ଘଟିଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ୍ ନିକଟରେ ଦାବି କରିଛନ୍ତି ସାଧାରଣ ଲୋକେ ।

ସେହିପରି ରାଜଧାନୀ ଲକ୍ଷ୍ନୌର ଗୋସାଇଗଞ୍ଜ ଅଞ୍ଚଳରେ ମଧ୍ୟ ନିର୍ମଲ ଅଗ୍ନିହୋତ୍ରୀ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମହାବୀର ଟ୍ରଷ୍ଟର ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ​​ଏବଂ କଣ୍ଟ୍ରାକ୍ଟର ନିର୍ମଳ ଅଗ୍ନିହୋତ୍ରୀ ଏହି ବିବାଦୀୟ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ଏହି କାରଣରୁ ମନ୍ଦିରର ପୁରୋହିତ ଏବଂ ସେମାନଙ୍କ ସହଯୋଗୀମାନେ ନିର୍ମଳ ଅଗ୍ନିହୋତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣା ପରେ ପୁରୋହିତ ଏବଂ ତାଙ୍କ ସହଯୋଗୀମାନେ ଫେରାର ଅଛନ୍ତି । ବର୍ତ୍ତମାନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।