• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ

  • ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

  • ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଥିବା ଜରୁରୀ

ଥିରୁବନ୍ତପୁରମ୍ : ସଂକ୍ରମଣ ଭିତରେ ୫ ଦିନ ପାଇଁ ଖୋଲିଲା ସାବରିମାଳା ମନ୍ଦିର । ପୂରା ରୀତିନୀତିରେ ୧୭ ଜୁଲାଇରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପାଇଁ କେରଳ ସାବରିମାଲାର ପ୍ରଭୁ ଅୟପ୍ପନଙ୍କ ମନ୍ଦିର ଖୋଲାଯାଇଛି । ଭଗବାନଙ୍କ ଦର୍ଶନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏହାସହ କୋଭିଡ୍ -19 ଟିକା ଉଭୟ ଡୋଜର ରିପୋର୍ଟ ମଧ୍ୟ ଦେଖାଇବାକୁ ପଡିବ । ଏହି ଦୁଇ ସର୍ତ୍ତ ସହ ମନ୍ଦିରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ ।

ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ ଏବଂ ପ୍ରତିଦିନ କେବଳ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଭକ୍ତଙ୍କୁ ସାବରିମାଳା ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । କରୋନା ଭାଇରସ ଯୋଗୁଁ ସାବରିମାଲା ମନ୍ଦିର ଅନେକ ସମୟ ଧରି ବନ୍ଦ ଥିଲା । ତେବେ ଭଗବାନଙ୍କ ଦର୍ଶନ ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଭକ୍ତମାନଙ୍କୁ ଫେସ୍ ମାସ୍କ, ସାମାଜିକ ଦୂରତା ଭଳି ନିୟମ ପାଳନ କରିବାକୁ ପଡିବ।

ଅନ୍ୟପଟେ ଜୁଲାଇ ୨୧ରେ ମାସିକ ରୀତିନୀତି ସମାପ୍ତ ହେବା ପରେ ସାବରିମାଲା ମନ୍ଦିର ପୁଣି ବନ୍ଦ ରହିବ । ଯଦିଓ ସାବରିମାଲା ମନ୍ଦିର ପ୍ରତି ମାସରେ ମାସିକ ରୀତିନୀତି ପାଇଁ ଖୋଲା ଯାଉଛି, ତଥାପି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା । ସାବରିମାଲା ମନ୍ଦିର ହେଉଛି ଭାରତର ଏକ ପ୍ରସିଦ୍ଧ ମନ୍ଦିର । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ପ୍ରଭୁ ଆୟାପନଙ୍କ ଦର୍ଶନ କରିବାକୁ ଆସନ୍ତି । ସାବରିମାଲା ମନ୍ଦିର ରାମାୟଣରେ ଉଲ୍ଲେଖ କରାଯାଇଥିବା ଶାବରିଙ୍କ ନାମରେ ନାମିତ । ମନ୍ଦିରର ଚତୁଃପାର୍ଶ୍ୱରେ ଥିବା ୧୮ଟି ପର୍ବତ ମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଛି ।

ସାବରିମାଲା ମନ୍ଦିର ପ୍ରାୟ ୮୦୦ ବର୍ଷ ପୁରୁଣା । ଭଗବାନ ଅୟପ୍ପନ୍ ଜଣେ ବ୍ରହ୍ମଚରୀ ଥିଲେ, ଆଉ ଏଥିପାଇଁ ୧୦ ରୁ ୫୦ ବର୍ଷ ବୟସର ମହିଳାମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ୨୦୧୮ରେ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ ଆଇନକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।