• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାସ୍ତା କାଟ୍ରିନା କୈଫଙ୍କ ଗାଲ ପରି ହେବା ଉଚିତ୍

ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ନୂତନ ଭାବେ ନିଯୁକ୍ତ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦାଙ୍କ ଏକ ବିବୃତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ଅଞ୍ଚଳକୁ ଆସିଥିବା ରାଜେନ୍ଦ୍ର ଗୁଦ୍ଦା ଗ୍ରାମବାସୀଙ୍କ ମଧ୍ୟରେ ଏକ ସାଧାରଣ ଦେଶୀ ଶୈଳୀରେ ପବ୍ଲିକ୍ ୱାର୍କସ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଥିଲେ ଯେ ,ଏହି ଜାଗାର ରାସ୍ତା  କାଟ୍ରିନା କୈଫଙ୍କ ଗାଲ ପରି ହେବା ଉଚିତ୍ । ମନ୍ତ୍ରୀଙ୍କ ଏହି କଥା ଶୁଣିବା ପରେ ଗ୍ରାମବାସୀ ବହୁତ ହସିଥିଲେ।

ବାସ୍ତବରେ ବିଏସପିରୁ କଂଗ୍ରେସକୁ ଆସିଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ସବୁବେଳେ ନିଜର ବିବୃତି ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ।  ମନ୍ତ୍ରୀ ହେବା ପରେ ରାଜେନ୍ଦ୍ର ଗୁଦ୍ଦା ମଙ୍ଗଳବାର ପ୍ରଥମ ଥର ପାଇଁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସିଥିଲେ। ଏହି ସମୟରେ  ମନ୍ତ୍ରୀଙ୍କୁ ଏକ   ଗାଁରେ ସ୍ୱାଗତ କରାଯାଇଥିଲା। 

ଏହି ସମୟରେ ଲୋକମାନେ ଗୁଦ୍ଦାଙ୍କ ନିକଟରେ ଏକ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ। ଏହାପରେ ମନ୍ତ୍ରୀ ଗୁଦ୍ଦା ତାଙ୍କ ନିଜ ଶୈଳୀରେ ପବ୍ଲିକ୍ ୱାର୍କସ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଥିଲେ ଯେ ,ଏହି ଜାଗାର ରାସ୍ତା କାଟ୍ରିନା କୈଫଙ୍କ ଗାଲ ପରି ହେବା ଉଚିତ୍ । ମନ୍ତ୍ରୀଙ୍କ ଏହି କଥାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।  

ତେବେ ସୋସିଆଲ ମିଡିଆରେ ଗୁଦ୍ଦାଙ୍କ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଛି ।  ମନ୍ତ୍ରୀ ଗୁଦ୍ଦାଙ୍କର ଏହି ବିବୃତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ତ୍ରୀ ହେବା ପରେ ସେ ଅଧିକ ଉତ୍ସାହିତ ହୋଇପଡିଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି । ତେଣୁ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାସ୍ତାଘାଟ ଚକାଚକ୍ ହୋଇଯିବ । ଏଇ କାରଣରୁ ଅଭିନେତ୍ରୀଙ୍କ ଗାଲ କଥା କହିଛନ୍ତି ।