• translate
Pallipuspa Samal

News Highlights

  • ବଢିଛି ସୁନାର ଦାମ୍ 

ନୂଆଦିଲ୍ଲୀ: ଆଜି ବଢିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୯୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୮୫୦ ଟଙ୍କା ଓ ୫୧,୧୧୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୪୬,୯୭୦ ଟଙ୍କା ଓ ୪୭,୯୭୦ ଟଙ୍କା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୭୦୦ ଟଙ୍କା ଓ ୪୯,୧୨୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦର ଦାମ୍ ରେ ଅଳ୍ପ ପରିବର୍ତ୍ତନ ହୋଇଛି । ଜେଶରେ କୋଲକାତାରେ ଯଥାକ୍ରମେ ୪୭,୩୦୦ ଟଙ୍କା ଓ ୫୦,୦୦୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୧୪୦ ଟଙ୍କା ଥିବା ରେକର୍ଡ ହୋଇଛି । ଆଜି ରୁପାର ଦରଦାମ୍ ବୃଦ୍ଧି ମଧ୍ୟ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ସୂଚନା ଅନୁସାରେ ୨ ଦିନ ପୂର୍ବରୁ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଥିଲା ।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Other Stories

  • Narendra Modi
    National ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବେ ୭ କମ୍ପାନୀ

    ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

  • Money-Laundering case: Jacqueline Fernandez Skips Summons By ED For The 2nd Time
    National ସମନ୍ ସତ୍ତ୍ୱେ କୋର୍ଟରେ ହାଜର ହେଲେନି ଜ୍ୟାକଲିନ୍

    ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ । ମନି ଲଣ୍ତରିଂ ମାମଲାରେ ଆଜି ତାଙ୍କର ED ରେ ଶୁଣାଣି ଥିଲା । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା ।...

  • Aryan khan
    National ଆର୍ୟନଙ୍କ ସହ କଥା ହେଲେ ଶାହରୁଖ୍

    ପୁଅ ସହ କଥା ହେଲେ ବଲିଉଡର ବାଦ୍‌ଶାହ। ଭିଡିଓ କଲ୍‌ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନ୍‌ଙ୍କ ସହ କଥା ହେଲେ ଶାହାରୁଖ ଖାନ୍‌ ଓ ଗୌରୀ। ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ ଏବେ ମୁମ୍ବାଇ ଆର୍ଥର...

  • Trapping Leopards in Mumbai\'s Aarey Colony
    National କଲୋନୀରେ କଲରାପତରିଆ

    ମୁମ୍ବାଇ ବନ ବିଭାଗ ଆରେ କଲୋନିରୁ ୨ଟି କଲରାପତରିଆଙ୍କୁ ଉଦ୍ଧାର କରିଛି ।