• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପାଙ୍କ କ୍ଷୋଭ

  • ପ୍ରଥମ ଥର ପାଇଁ ବିବୃତି ଜାରି କଲେ ଶିଳ୍ପା ସେଟ୍ଟୀ

  • ଆଇନକୁ ତା ବାଟରେ ଯିବାକୁ ଦିଅନ୍ତୁ: ଶିଳ୍ପା

  • କୁନ୍ଦ୍ରାଙ୍କ ଉପରେ ବି ରାଗ ଶୁଝାଇଥିଲେ ଶିଳ୍ପା

  • କହିଥିଲେ କଣ ଦରକାର ଥିଲା, ଏସବୁ କରିବାକୁ ପଡ଼ିଲା

ନୂଆଦିଲ୍ଲୀ: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଆପରେ ଛାଡ଼ିବା ମାମଲାରେ ଗିରଫ ଅଭିଯୁକ୍ତ ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଚାଲିଛି ଗୋଟିକ ପରେ ଗୋଟିଏ ଅଡ଼ୁଆ । ସେ ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି, ନିଜ ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । କୁନ୍ଦ୍ରା ତଦନ୍ତରେ ସହଯୋଗ କରୁନଥିବା ଏବଂ ହ୍ୱାଟ୍ସଆପ୍‌ ଗ୍ରୁପ୍ ଓ ପର୍ଣ୍ଣ ଭିଡିଓ କ୍ଲିପ୍ ଡିଲିଟ୍ କରି ପ୍ରମାଣ ନଷ୍ଟ କରୁଥିବା କୋର୍ଟଙ୍କ ଆଗରେ ଯୁକ୍ତି ରଖିଛି ମୁମ୍ବାଇ ପୋଲିସ । ପ୍ରମାଣ ନଷ୍ଟ କରାଯାଉଥିଲେ, ଆମେ ମୁକ ଦର୍ଶକ ହୋଇ ରହିପାରିବୁ ନାହିଁ ବୋଲି ପୋଲିସ ସଫାସଫା ଶୁଣାଇଦେଇଛି । କୁନ୍ଦ୍ରା ଆଇ-କ୍ଲାଉଡ୍ ଆକାଉଣ୍ଟ ଡିଲିଟ୍ କରିଦେଇଥିଲେ ବି, ତଦନ୍ତକାରୀ ସଂସ୍ଥା ଲାପଟପରୁ ୬୧ଟି ପର୍ଣ୍ଣ ଭିଡିଓ, ଅଶ୍ଳୀଳ ଫିଲ୍ମର ସ୍କ୍ରିପ୍ଟ ଏବଂ ଡିଜିଟାଲ୍ ଷ୍ଟୋରେଜରୁ ଆଉ ୫୧ଟି ଭିଡିଓ ପାଇଛି ।

ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ସେପଟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମଡେଲ୍ ଓ ଅଭିନେତ୍ରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗତ ଏପ୍ରିଲରେ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶେର୍ଲିନ ଚୋପ୍ରା କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ, କୁନ୍ଦ୍ରା ୨୦୧୯ରେ ତାଙ୍କୁ ଇଚ୍ଛା ବିରୁଦ୍ଧରେ କିସ୍ କରିଥିଲେ ଓ ଶିଳ୍ପାଙ୍କ ସହ ତାଙ୍କର ସଂପର୍କ ଜଟିଳ ଥିବା କହିଥିଲେ।

ସେପଟେ, ପ୍ରୋନୋଗ୍ରାଫିକ୍‌ ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ଶିଳ୍ପାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଦେଖିବା ପରେ ବିଭିନ୍ନ ଗଣମାଧ୍ୟମରେ ତଥ୍ୟହୀନ ଓ ପ୍ରସଙ୍ଗବିହୀନ ଖବର ପ୍ରସାରଣ ହେଉଥିବା ନେଇ ଶିଳ୍ପା ମାନହାନୀ ମକଦ୍ଦମା କରିଥିଲେ, କିନ୍ତୁ ଏହି ମାମଲାରେ ଶିଳ୍ପା ନିରାଶ ହୋଇଛନ୍ତି। ନିର୍ଦ୍ଦେଶକ ହଂସଲ ମେହେଟ୍ଟା ଶିଳ୍ପାଙ୍କୁ ଟ୍ରୋଲ, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟଙ୍କ ନିରବତାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ଗୋଟିଏ ପରେ ଗୋଟିଏ ଟୁଇଟ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି ।