• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବଢିଲା ରେଳ ବିଭାଗର ଗାଇଡ୍‌ ଲାଇନ୍‌ ଅବଧି 

  • ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

  • ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେବ ଏହି ନୂଆ ନିୟମ 

ନୂଆଦିଲ୍ଲୀ: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍‌ରେ ଲାଗୁ ହେବ ଏହି ନିୟମ । କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍‌ ଓ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ଷ୍ଟେସନ୍‌ ପରିସର କିମ୍ୱା ଟ୍ରେନ୍‌ରେ ଯଦି କେହି ମାସ୍କପିନ୍ଧି ନଥିବାର ଦେଖିବାକୁ ମିଳିବ ତେବେ ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ।

ସାରା ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ରେଳ ବିଭାଗ ପକ୍ଷରୁ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ନିୟମାବଳୀରେ କୁହାଯାଇଛି ଯେ, ରେଳ ପରିସର ଏବଂ ଟ୍ରେନ୍ ଭିତରେ ଏହି ନୂଆ ନିୟମକୁ ୬ ମାସ ତଥା ୧୬ ଏପ୍ରେଲ୍‌ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଦିଆଯାଇଛି ।

ସୂଚନାଅନୁସାରେ, ଗତ ଏପ୍ରିଲରେ କୋଭିଡର ଦ୍ୱିତୀୟ ଲହର ଆସିଥିବା ସମୟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା । ଯାହାର ଅବଧି ୨୦୨୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଥିଲା । ଯାହା ଏବେ ଶେଷ ହୋଇଯାଇଥିବାରୁ ବର୍ତ୍ତମାନ ସେହି ନିୟମରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ‘ରେଳବାଇ ବୋର୍ଡ ଅନୁଯାୟୀ, ଯାତ୍ରା ସମୟରେ ସମସ୍ତ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ’ ।

ଦେଶରେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଳେଳ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଜାରି କରାଯାଇଛି । କୋରନା ସଂକ୍ରମଣ ହ୍ରାସ ଘଟୁଥିଲେ ମଧ୍ୟ ରେଳ ବିଭାଗ ପୂବରୁ ସତର୍କ ରହିଥିବାର ଜଣାପଡିଛି । କାରଣ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୪୩୧ ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ଗତକାଲି ୨୪ ହଜାର ୬୦୨ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଯାହା ପରେ ଆକ୍ଟିଭ୍ କେସ୍୨ ଲକ୍ଷ ୪୪ ହଜାର ୧୯୮ ରେ ପହଞ୍ଚିଛି ।

ଦେଶରେ ଟୀକାକରଣ ସଂଖ୍ୟା ୯୨ କୋଟି ଅତିକ୍ରମ କରିଛି । ସେହିପରି ଗତକାଲି ୪୩ ଲକ୍ଷ ୯ ହଜାର ୫୨୫ ଡୋଜ କରୋନା ଟିକା ଦିଆଯାଇଥିଲା । ଯାହା ପରେ ଟିକା ମାତ୍ରା ୯୨ କୋଟି ୬୩ ଲକ୍ଷ ୬୮ ହଜାର ୬୦୮ କୁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।