• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଣାଜି : ନିର୍ବାଚନ ପ୍ରଚାର କରିବାକୁ ଯାଇ ମୋଟର୍ ସାଇକେଲରେ ସବାର ହୋଇ ବୁଲିଲେ ରାହୁଲ ଗାନ୍ଧୀ । ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଗୋଆର ରାଜଧାନୀ ପାଣାଜିରେ ପହଞ୍ଚିବା ପରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ବାଇକରେ ବସି ହେଲମେଟ୍ ପିନ୍ଧି ଜଣେ ବ୍ୟକ୍ତିଙ୍କ ପଛରେ ବସି ରାହୁଲ ଗାନ୍ଧୀ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା ।

ରାହୁଲ ଗାନ୍ଧୀ ବାଇକ୍‌ରେ ବସିଥିବା ଭିଡିଓ ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଭିଡିଓରେ ରାହୁଲ ଗାନ୍ଧୀ ମାସ୍କ ଏବଂ ହେଲମେଟ ପିନ୍ଧି ଅନ୍ୟ ଜଣେ ବ୍ୟକ୍ତିଙ୍କ ପଛରେ ବସିଥିବାର ଦେଖାଯାଉଛି । ରାହୁଲ ଗାନ୍ଧୀ ସେହି ବ୍ୟକ୍ତିଙ୍କ ସହ ବାମ୍ବୋଲିମରୁ ପାଣାଜୀରେ ଆଜାଦ ମୈଦାନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।

କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଟ୍ୱିଟରରେ ସେହି ଭିଡିଓ ସେୟାର କରାଯାଇଛି । #ରାହୁଲ ଗାନ୍ଧୀ ୱିଥ ଗୋଆ ଲେଖି ଭିଡିଓ ପୋଷ୍ଟ କରାଯାଇଛି । ଲୋକଙ୍କ ସହ ଯୋଡି ହେବା ସତରେ କେତେ ଭଲ କଥା । ରାହୁଲ ଗାନ୍ଧୀ ଭାରତର ସମସ୍ତ ନେତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ”

ଆସନ୍ତା ବର୍ଷ ଆରମ୍ଭରେ ଗୋଆରେ ବିଧାନସଭା ନିର୍ବାଚନ ହେବ । ରାଜ୍ୟର ବିଭିନ୍ନ ବର୍ଗ ଓ ବୟସର ଲୋକଙ୍କୁ ଭେଟିବା ପରେ କଂଗ୍ରେସ ଦଳ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି କହିଥିଲେ ରାହୁଲ । ବିଶେଷ କରି ପରିବେଶ ସୁରକ୍ଷା ତାଙ୍କର ମୁଖ୍ୟ ଫୋକସ୍ ରହିବ ବୋଲି କହିଥିଲେ । ତାଙ୍କ ନିର୍ବାଚନୀ ଇସ୍ତାହାରରେ ତାଙ୍କ ଦଳ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ନୁହେଁ ବରଂ ଏକ ଗ୍ୟାରେଣ୍ଟି ଅଟେ ।

 

ଦକ୍ଷିଣ ଗୋଆର ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ସମ୍ବୋଧିତ କରି ସେ କରିଛନ୍ତି ଭାରତୀୟ ଜନତା ପାର୍ଟି ଘୃଣା ଏବଂ ଲୋକଙ୍କୁ ବିଭାଜନ କରୁଛି । ଅନ୍ୟପଟେ କଂଗ୍ରେସ ପ୍ରେମ ଏବଂ ସ୍ନେହ ବାଣ୍ଟୁଛି । ଗୋଆକୁ କୋଇଲା ହବରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ବେଳେ କହିଥିଲେ ରାହୁଲ ଗାନ୍ଧୀ ।