• translate
Otv Khabar Bureau

News Highlights

  • କେତେ ପାଠ ପଢିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ?

  • ଜାଣନ୍ତୁ ପ୍ରିୟଙ୍କା ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ? ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ଗାନ୍ଧୀ ଶିକ୍ଷାଗତ ଯୋଗ୍ୟତା।

ପ୍ରିୟଙ୍କା ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ୧୯୭୨ ମସିହା ଜାନୁୟାରୀ ୧୨ ତାରିଖରେ  ଜନ୍ମ ଗ୍ରହଣ କରିଥିଲେ । ପ୍ରିୟଙ୍କା ନୂଆ ଦିଲ୍ଲୀ ସ୍ଥିତ ମର୍ଡେନ ସ୍କୁଲ(Modern School) ଏବଂ କନ୍‌ଭେଣ୍ଟ ଅଫ୍ ଜେସସ୍ ଆଣ୍ଡ ମେରିରେ (Convent of Jesus and Mary) ସ୍କୁଲରେ ସେ ତାଙ୍କ ସ୍କୁଲ ପାଠପଢା ସାରିଥିଲେ । ସ୍କୁଲ୍‌ ପାଠ ପଢା ସାରି ପ୍ରିୟଙ୍କା ଦିଲ୍ଲୀର ଯୀଶୁ ଏବଂ ମେରି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ୨୦୧୦ରେ ବୃଦ୍ଧିଷ୍ଟ ଷ୍ଟଡିଜରେ(Buddhist studies)ମାଷ୍ଟରସ ଡିଗ୍ରୀ କରିଥିଲେ ।

ପ୍ରିୟଙ୍କା ଗାନ୍ଧିଙ୍କ ରାଜନୈତିକ କ୍ୟାରିଅର

ଜାନୁଆରୀ ୨୩, ୨୦୧୯ରେ ପ୍ରିୟଙ୍କା ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ । ସେତେବେଳେ ତାଙ୍କୁ ଉତ୍ତରପ୍ରଦେଶର ପୂର୍ବ ଭାଗରେ ମହା ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ଜାନୁଆରୀ ୨୪ ତାରିଖରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ଏମିତି ନୁହେଁ କି ପ୍ରିୟଙ୍କା ରାଜନୀତିରେ ନୂଆ ଥିଲେ ଏହା ପୂର୍ବରୁ ରାଜନୀତି କ୍ଷେତ୍ରରେ ସେ କେବଳ ଆମେଥୀ ଏବଂ ରାବେରେଲିଙ୍କ ମଧ୍ୟରେ ସୀମିତ ଥିଲେ ।

ଉତ୍ତରପ୍ରଦେଶରେ ପୁଣି ଥରେ କଂଗ୍ରେସର ପ୍ରବେଶ ପାଇଁ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍‌ ଦେବାକୁ ପ୍ରିୟଙ୍କା ଗାନ୍ଧି ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରିୟଙ୍କା ଗାନ୍ଧି ଏହି ଘୋଷଣା କରିଛନ୍ତି ବୋଲି ବେଶ୍ ଚର୍ଚ୍ଚା ଚାଲିଛି। କାରଣ ଉତ୍ତରପ୍ରଦେଶରେ ୨୦୧୨ରେ ହୋଇଥିବା ସାଧାରଣ ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳାମାନେ ମତଦାନ କରିଥିଲେ। (୫୮.୬୮ ପ୍ରତିଶତ ପୁରୁଷ, ୬୦.୨୮ପ୍ରତିଶତ ମହିଳା) । ସେହିପରି ୨୦୧୭ ମସିହାରେ ପୁରୁଷଙ୍କ ସଂଖ୍ୟା ୫୯.୧୪ ପ୍ରତିଶତ ରହିଥିବାବେଳେ ମହିଳାଙ୍କ ସଂଖ୍ୟା ୬୩.୩୦ ପ୍ରତିଶତ ରହିଛି । ତେବେ ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେଉଥିବା କାରଣରୁ ପ୍ରିୟଙ୍କା ମହିଳାଙ୍କୁ ହିଁ ଅଗ୍ରାଧିକାର ଦେଉଥିବା ନେଇ କୁହାଯାଉଛି। ଏହାସହ ପ୍ରିୟଙ୍କାଙ୍କୁ କେହି କେହି ଜେଜେ ମାଆ ଇନ୍ଦିରାଙ୍କ ସହ ତୁଳନା କରୁଛନ୍ତି। ହେଲେ  ସମୟ କହିବ, ରାଜନୀତି ଅଙ୍କକଷାରେ ପ୍ରିୟଙ୍କାଙ୍କ ଆକଳନ କେତେ ମାତ୍ରାରେ ଠିକ୍ ହେଉଛି?

Other Stories

  • Doklam
    National ଡ୍ରାଗନ୍ ନଜରରେ ଡୋକଲାମ୍‌

    ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି...

  • Drones
    National ଚୀନର ହରକତ ଉପରେ ନଜର ରଖିବ ଡ୍ରୋନ୍ ହେରନ୍

    ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି...

  • Uttarakhand Rain
    National ଉତ୍ତରାଖଣ୍ଡରେ ଜଳ ପ୍ରଳୟ : ୪୦ ଜଣଙ୍କ ପ୍ରାଣ ନେଲାଣି ବର୍ଷା

    କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ...

  • National ବାଦଲ ଫଟା ବର୍ଷା ନେଲାଣି ୪୦ ଜୀବନ

    ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଚାଲିଛି ରେସ୍କ୍ୟୁ ଅପରେସନ। ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା୪୦କୁ ବୃଦ୍ଧି ପାଇଛି। ନୈନିତାଲ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।