• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

  • ଦାୟିତ୍ୱରୁ ମୁକ୍ତ କରିବାକୁ ଚିଠି ଲେଖିଲେ 

ନୂଆଦିଲ୍ଲୀ : ସକ୍ରିୟ ରାଜନୀତିରୁ ଅସ୍ଥାୟୀ ବିରତି ନେଲେ ନିର୍ବାଚନ ରଣନୀତିଜ୍ଞ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର । ତେବେ ଏନେଇ ପ୍ରଶାନ୍ତ କିଶୋର ଅମରିନ୍ଦରଙ୍କୁ ଏକ ଚିଠି ଲେଖି କିଛି ସମୟ ବ୍ରେକ୍ ନେବାକୁ ଚାହୁଁଥିବା ଲେଖିଛନ୍ତି । ଏଥିପାଇଁ ମୁଖ୍ୟ ପରାମର୍ଶଦାତା ପଦର ଦାୟିତ୍ୱ ଉଠାଇ ପାରିବେ ନାହିଁ । ତେବେ ଭବିଷ୍ୟତରେ କ’ଣ କରିବେ ସେନେଇ କିଛି ସ୍ଥିର କରି ନାହିଁ ବୋଲି ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ମୁଖ୍ୟ ପରାମର୍ଶଦାତା ପଦରୁ ମୁକ୍ତ କରିବାକୁ ଅନୁରୋଧ ସେ ଚିଠି ଜରିଆର ଅନୁରୋଧ କରିଛନ୍ତି । ଅନ୍ୟପଟେ ମୁଖ୍ୟ ପରାମର୍ଶଦାତା ପଦ ପାଇଁ ବାଛିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ର୍ପୂବରୁ ମୁଖ୍ୟ ପରାମର୍ଶଦାତା ପଦ ଛାଡ଼ିଛନ୍ତି ପ୍ରଶାନ୍ତ କିଶୋର । ଚଳିତ ବର୍ଷ ମାର୍ଚ୍ଚରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରଶାନ୍ତ କିଶୋରଙ୍କୁ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ । ଅମରିନ୍ଦର ସିଂ ନିଜେ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ପଞ୍ଜାବର ଲୋକଙ୍କ ଉନ୍ନତି ପାଇଁ ଏକାଠି କାମ କରିବେ ବୋଲି ମଧ୍ୟ ଲେଖିଥିଲେ । କିଛି ଦିନ ପୂର୍ବରୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ରାଜନୀତି ଜୋର ଧରିଥିଲା ।

ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଏହା ପରେ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାହୁଲ ଏବଂ ପିକେଙ୍କ ସାକ୍ଷାତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକ ୨୨ ଜୁଲାଇରେ ଅନୁଷ୍ଠିତ ହୋଇଥିଲା । କମଲନାଥ, ମଲ୍ଲିକାର୍ଜୁନ ଖାଡ଼ଗେ, ଆନନ୍ଦ ଶର୍ମା, ଅଜୟ ମାକେନ, କେସି ବେନୁଗୋପାଲ, ଅମ୍ବିକା ସୋନିଙ୍କ ପରି ବଡ ବଡ଼ ନେତାମାନେ ଏହି ବୈଠକରେ ଯୋଗଦେଇଥିଲେ । ପି.କେ ଦଳରେ ଯୋଗଦେବା ଦଳ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ତେବେ ଏଥିପାଇଁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । 

ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୨ରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରିଥିଲେ ।