• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାଇର ମାଛ ପୋଖରୀରେ ବିଷ ଦେଲା ଭାଇ

  • ମାସ ମାସର ପରିଶ୍ରମ ମାଟିରେ ମିଶିଲା, ୧୨ ଲକ୍ଷରୁ ଅଧିକ କ୍ଷତି

ପୁଣେ : ଭାଇ ହେଲା ଭଗାରୀ । ଭାଇର ଶିରି ଦେଖିପାରିଲାନି ସାନ ଭାଇ । ପର ଲୋକ ନୁହେଁ, ମାଛ ବିକ୍ରି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ ଦେଖି ଇର୍ଷାରେ ଜଳିଗଲା ସାନ । ପୋଖରୀରେ ବିଷ ପକାଇ ସବୁ ମାଛ ମାରି ପକାଇଲା । ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ଇନ୍ଦୁପୁର ଅଞ୍ଚଳର ପାଲାସଦେବ ଗାଁର ଶେଲାରପାଟାରେ ସଞ୍ଜୟ ସେଲାର ମାଛ ଚାଷ ଆରମ୍ଭ କରିଥିଲେ । ଏଥିପାଇଁ ୧ ଏକରରେ ଏକ ପୋଖରୀ ତିଆରି କରିଥିରେ । ଆଉ ସେଥିରେ ରୁପଚାନ୍ଦ ପ୍ରଜାତିର ୩୦,୦୦ ମାଛ ମଞ୍ଜି ଛାଡିଥିଲେ । ମାଛର ଓଜନ ବର୍ତ୍ତମାନ ୫୦୦ରୁ ୭୦୦ ଗ୍ରାମ ମଧ୍ୟରେ ଥିଲା । ମାଛ ବିକ୍ରି ପାଇଁ ଡିଲ୍ ମଧ୍ୟ ହୋଇ ସାରିଥିଲା । ରବିବାର ଦିନ ସକାଳେ ବେପାରୀ ଆସି ମାଛ ନେଇ ଯାଇଥାଆନ୍ତେ । କିନ୍ତୁ ଶନିବାର ରାତିରେ କେହି ଜଣେ ଦୁର୍ବୃତ୍ତ ପୋଖରୀରେ ବିଷ ପକାଇଦେଲା ।

ସକାଳୁ ସକାଳୁ ମାଛକୁ ଦାନା ଦେବା ପାଇଁ ସଞ୍ଜୟ ପୋଖରୀକୁ ଯିବାପରେ ମାଛ ମରିପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ମାସ ମାସର ପରିଶ୍ରମ ପାଣିରେ ମିଶିଗଲା । ବିଷାକ୍ତ ଔଷଧ କାରଣରୁ ୨୦,୦୦ରୁ ଅଧିକ ମାଛ ମରିଯାଇଥିବା ସେ କହିଛନ୍ତି । ବଜାରରେ ଏହି ମାଛ ଗୁଡ଼ିକର ମୂଲ୍ୟ କିଲୋଗ୍ରାମ ପିଛା ୯୦ ରୁ ୧୦୦ ମଧ୍ୟରେ ରହିଛି । ମୋଟ ୧୨ ଲକ୍ଷ ଟଙ୍କା କ୍ଷତି ହୋଇଛି ।

ସଞ୍ଜୟ ଶେଲାର ନିଜ ସମ୍ପର୍କୀୟ ଭାଇ ସୁରେଶ ଶେଲାରଙ୍କ ବିରୋଧରେ ଇନ୍ଦୁପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମି ଉପରେ ବିବାଦ ଲାଗି ରଂଛି । ଅଗଷ୍ଟ ୧ ରେ ଏନେଇ ସେମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଆଉ ସେଥିପାଇଁ ଭାଇ ବିଷ ପକାଇ ମାଛ ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି ।