• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୨୪ରୁ ଟୋକିଓରେ ପାରାଲିମ୍ପିକ୍ସ ।

  • ଟୋକିଓରେ ହେବ ଆୟୋଜିତ ।

  • ପଲକଙ୍କ ସହ କଥା ହେଲେ ମୋଦି ।

ଭୁବନେଶ୍ୱର: ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ମୋଦି ଅନେକ ସମୟ ଧରିି ଖେଳାଳିଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ । ଖେଳାଳିମାନେ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ । ଜୀବନରେ ସାମନା କରିଥିବା ଦୁଃଖ, କଷ୍ଟ ଓ ସଫଳତା ନେଇ ଆଲୋଚନା କରିଥିଲେ ।

Palak Kohli

ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କ ସହ ଅନେକ କଥା ସେୟାର କରିଥିଲେ ମୋଦି । ମୋଦିଙ୍କ ସହ ପଲକ କଥା ହେବା ବେଳେ ତାଙ୍କର ଖସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ପଲକ ଅତ୍ୟନ୍ତ ଖୁସି ହୋଇଥିଲେ । ଭଡିଓ କଲ ମାଧ୍ୟମରେ ସେ ମୋଦିଙ୍କ ସହ କଥା ହୋଇଛନ୍ତି ଓ ଅନେକ ଅନୁଭୂତି ବଖାଣିଛନ୍ତି । ଅନ୍ୟଫଟେ ପାରା ଅଲିମ୍ପିକ୍ସ ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ପାରାଅଲିମ୍ପିକସର ଭାରତୀୟ ସ୍କ୍ୱାଡରେ ସାମିଲ ହୋଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ।

 

ସେପଟେ ଓଡ଼ିଶାରେ ପହଞ୍ଚିଲେ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍‌କୁ ଯାଇଥିବା ମହିଳା ହକି ଟିମ୍‌ । ଉଭୟ ଟିମ୍‌କୁ ଭବ୍ୟ ସ୍ୱାଗତ କରିଛି ଓଡ଼ିଶା । ଆଜି ଉଭୟ ଟିମ୍‌ର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଖେଳାଳି ପହଂଚିବା ପରେ ବିମାନବନ୍ଦରରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ସ୍ୱତନ୍ତ୍ର ବସ୍‌ରେ ହୋଟେଲ୍‌କୁ ନିଆଯାଇଛି ।

ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ପୁରା ସହରରେ ବଡ଼ ବଡ଼ ପୋଷ୍ଟର ଛାଇଯାଇଛି । ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଖେଳାଳିଙ୍କ ରହିବା ଓ ଖାଇବା ପାଇଁ ଭୁବନେଶ୍ୱରସ୍ଥିତ ଏକ ହୋଟେଲ୍‌ରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେବା ପାଇଁ ବିଭିନ୍ନ ପ୍ରକାର ଆଇଡମ୍‌ ପ୍ରସ୍ତୁତ ହୋଇଛି ।

ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମ୍‌ରେ ଅଛନ୍ତି ଦୀପ୍‌ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ । ଓଡ଼ିଶା ଉଭୟ ଦଳର ପ୍ରାୟୋଜକ ରହିଛି । ଅନ୍ୟପଟେ ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାରୀ ବାସଭବନରେ ଅଲିମ୍ପିକ୍ସ ହିରୋମାନଙ୍କୁ ଆପ୍ରାୟିତ କରିଥିଲେ ।
ସେପଟେ