• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

IPS ପ୍ରୋବେସନରଙ୍କୁ ଦିଗଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।  ହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ଥିଲେ ।

ବର୍ଦ୍ଦିର ମର୍ଯ୍ୟାଦା ସର୍ବଦା ସର୍ବୋଚ୍ଚରେ ରଖିବାକୁ IPS ପ୍ରୋବେସନରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆପଣମାନେ ପ୍ରମୁଖ ଭୂମିକା ତୁଲାଇବେ। ଦେଶର ଆଭ୍ୟନ୍ତର ସୁରକ୍ଷାରେ ଆପଣମାନଙ୍କର ପ୍ରମୁଖ ଭୂମିକା ରହିବ ବୋଲି ପ୍ରୋବେସନରଙ୍କୁ କହିଛନ୍ତି ମୋଦି । ଆଇପିଏସଙ୍କ ଆଚରଣ ପ୍ରତି ସାରା ଦେଶବାସୀଙ୍କ ନଜର ରହିବ । କେବଳ ଥାନା ନୁହେଁ, ସାରା ସମାଜ କଥା ଭାବିବାକୁ ପଡ଼ିବ । ଫଳରେ ୨୦୪୭ ବେଳକୁ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ବେଳକୁ ଦେଶରେ ଉତ୍ତରଦାୟୀ ପୁଲିସ ବ୍ୟବସ୍ଥା ହୋଇସାରିଥିବ । ପୋଲିସ କର୍ମଚାରୀ ଫିଟନେସ ଉପରେ ଗୁରୁତ୍ୱ ଦେଲେ ସମାଜ ମଜଭୁତ ହେବ । 

ପ୍ରୋବେସନରଙ୍କୁ ଦିଗଦର୍ଶନ ବେଳେ NDRFର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିପର୍ଯ୍ୟୟ ବେଳେ NDRF ନାଁ ଶୁଣିଲେ ଲୋକଙ୍କ ବିଶ୍ୱାସ ବଢୁଛି । ପୋଲିସ ପ୍ରତି ଲୋକଙ୍କ ନକରାତ୍ମକ ଚିନ୍ତାଧାରା NDRF ଦୂର କରିପାରିଛି ବୋଲି ମୋଦି କହିଛନ୍ତି ।

ଡିଜିଟାଲ ସଚେତନତା ବୃଦ୍ଧି କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଯଦି ଏ ବାବଦରେ କୌଣସି ପରାମର୍ଶ ଅଛି, ତେବେ ଏହାକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ପାରିବେ । କାରଣ ଆପଣଙ୍କର ଅଭିନବତା ଏବଂ ଚିନ୍ତାଧାରା ଆର୍ଥିକ ଠକେଇ ମାମଲାରେ ବ୍ୟବହାର କରାଯାଇପାରିବ । କାରଣ ବର୍ତ୍ତମାନ ଆର୍ଥିକ ଠକେଇ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । 

ଆପଣଙ୍କ ସେବା ଦେଶର ବିଭିନ୍ନ ଜିଲ୍ଲା, ସହରରେ ହେବ ବୋଲି ମୋଦି କହିଛନ୍ତି । ସେଥିପାଇଁ ଆପଣଙ୍କୁ ଏକ ମନ୍ତ୍ର ମନେ ରଖିବାକୁ ପଡିବ । ଫିଲ୍ଡରେ ଥିବା ସମୟରେ ଯାହା ନିଷ୍ପତ୍ତି ନିଅନ୍ତୁ, ଏହା ଦେଶର ସ୍ୱାର୍ଥରେ ରହିବା ଉଚିତ୍ । ପ୍ରତ୍ୟେକ କାର୍ଯ୍ୟରେ ଦେଶପ୍ରତି ଥିବା ତ୍ୟାଗ ଓ ଭଲପାଇବା ପ୍ରତିଫଳିତ ହେବା ଉଚିତ ।