• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ରୋମ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା । ଆର୍ଥିକ, ସାଂସ୍କୃତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା ହୋଇଛି ।

ଅନ୍ୟପଟେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ନେତୃବର୍ଗଙ୍କ ସହିତ ବୈଶ୍ୱିକ ଆର୍ଥିକ ଓ କରୋନା ମହାମାରୀ ପରବର୍ତ୍ତି ସୁସ୍ଥାବସ୍ଥା ପୋଷଣୀୟ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା କରିିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ମହାମାରୀ କରୋନା ପରେ ଏହା ହେଉଛି ଜି- ୨୦ ନେତୃବର୍ଗଙ୍କ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା । ଏହି ଆଲୋଚନାରେ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ସଂପର୍କରେ ଆଲୋଚନା କରିବେ ନେତୃମଣ୍ଡଳି । ସେପଟେ ଗତକାଲି ରୋମ୍‌ରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଯେଉଁଠି ତାଙ୍କୁ ସଂସ୍କୃତରେ ଶ୍ଲୋକ କହି ସମ୍ମାନ ଜଣାଇଥିଲେ ପ୍ରବାସୀ । 

ଅନ୍ୟପଟେ ଆଜି ପୋପ୍‌ ଫ୍ରାନ୍‌ସିସ୍‌ଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଭାକ୍ଟିକାନ୍‌ ସିଟି ଯାଇ ସେଠାରେ ପୋପ୍‌ଙ୍କୁ ଭେଟିବାର ଏକ କାର୍ଯ୍ୟକ୍ରମ ରହିଛି । ଖାଲି ସେତିକି ନୁହେଁ ଫ୍ରାନ୍ସର ପ୍ରେସିଡେଣ୍ଟ ଏମାନ୍ୟୁଏଲ ମାକ୍ରୋନ୍‌ଙ୍କୁ ମଧ୍ୟ ଭେଟିବେ ।