• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଅଧ୍ୟକ୍ଷତା କରିବେ ମୋଦି

  • ସାମୁଦ୍ରିକ ସୁରକ୍ଷା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି। ସାମୁଦ୍ରିକ ନିରାପତ୍ତା ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଆଜି ହେବାକୁ ଥିବା ଜାତିସଂଘ ସୁରକ୍ଷା ପରିଷଦର ଏହି ଉଚ୍ଚସ୍ତରୀୟ ବିତର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିତର୍କରେ ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନେକ ଉଚ୍ଚସ୍ତରୀୟ ଅଧିକାରୀ ଓ ସରକାରଙ୍କ ପ୍ରତିନିଧି ଯୋଗ ଦେବେ। ସାମୁଦ୍ରିକ ଅପରାଧ ଓ ଏହାର ସଫଳ ମୁକାବିଲା ପାଇଁ ମିଳିତ ସହଯୋଗ, ବିତର୍କର ମୁଖ୍ୟ ପ୍ରସଙ୍ଗ ରହିବ ।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର କୌଣସି ଗୋଟିଏ ବି ଦେଶ ଏକାକି ସାମୁଦ୍ରିକ ଅପରାଧ ନିୟନ୍ତ୍ରଣ କରିପାରିବ ନାହିଁ , ଏଥିପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଫଳରେ ପ୍ରଥମ ଥର ପାଇଁ ଏହି ଏଜେଣ୍ଡାକୁ ଫୋକସ ଦେଇ ଖୋଲା ବିତର୍କରେ ଚର୍ଚ୍ଚା ହେବାକୁ ଯାଉଛି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଅଧ୍ୟକ୍ଷତା କରିବାରେ ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିକଟରେ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅଗଷ୍ଟ ମାସରୁ କାର୍ଯ୍ୟକାଳ ଆରମ୍ଭ ହୋଇଥିବା ବେଳେ ସାମୁଦ୍ରିକ ନିରାପତ୍ତା, ଶାନ୍ତି ରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଭାରତର ଅଭିଯାନ ଆରମ୍ଭ ହେବ। ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା, ଚୀନ୍, ବ୍ରିଟେନ୍, ଋଷ ଏବଂ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଛନ୍ତି ଏବଂ ଭାରତ ଅସ୍ଥାୟୀ ସଦସ୍ୟ ରହିଛି।

ତେବେ ‘ୟୁଏନ ସିକ୍ୟୁରିଟି କାଉନସିଲ୍’ର ଏପରି ବିତର୍କରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି । ସାମୁଦ୍ରିକ ଅପରାଧ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଆଲୋଚନାର କେନ୍ଦ୍ର ବିନ୍ଦୁ ରହିବ। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଏକୁଟିଆ କୌଣସି ଦେଶ ସମର୍ଥ ହେବା ସମ୍ଭବ ନଥିବାରୁ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହି ଆଲୋଚନା ଦ୍ୱାରା ଦେଶ ଦେଶ ମଧ୍ୟରେ ସହଯୋଗ ବଢ଼ିବ ବୋଲି କୁହାଯାଉଛି ।