• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି । ମୋଦି ଆଜି ଏହି କମ୍ପାନିଗୁଡ଼ିକର ଲୋକାର୍ପଣ କରିଛନ୍ତି । ଏହି ୭ଟି କମ୍ପାନି କର୍ପୋରେଟ ଷ୍ଟାଇଲ୍‌ରେ ପେସାଦାର ଭାବେ କାମ କରିବ ।

ଏହାର ଶହେ ପ୍ରତିଶତ ମାଲିକାନା ରହିବ କେନ୍ଦ୍ର ସରକାରଙ୍କ ହାତରେ । ଗବେଷଣା ଓ ଇନୋଭେସନ ଉପରେ ଗୁରୁତ୍ୱ ଦେବେ ଏହି ୭ଟି କମ୍ପାନୀ । ମୋଦି କହିଛନ୍ତି, ଭବିଷ୍ୟତର ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ରହିବା ପାଇଁ ଗବେଷଣା ଜରୁରୀ । ଏହି କମ୍ପାନିଗୁଡ଼ିକ ସହିତ ପାଟନରସିପ୍ କରିବାକୁ ସେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

ସେପଟେ ଆଜି ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ଡିଆର୍‌ଡିଓ କ୍ୟାମ୍ପସରେ ଶସ୍ତ୍ର ପୂଜା କରିଛନ୍ତି । ପାରମ୍ପରିକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ସେନା ବାହିନୀର ବିଭିନ୍ନ ଅସ୍ତ୍ରଶସ୍ତ୍ର ପୂଜା କରିଥିଲେ । ଏହି ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ । 

ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଥିଲେ । ସେଠାରେ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିଛନ୍ତି । ପ୍ରତି ବର୍ଷ ରାଷ୍ଟ୍ରପତି ସାଧାରଣତଃ ରାଜଧାନୀ ଦିଲ୍ଲୀରେ ହିଁ ଦଶହରା ପାଳନ କରିଥାନ୍ତି । ହେଲେ ଆଜି ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେଠାକାର ଅଧିକାରୀ ଏବଂ ଯବାନଙ୍କ ସହ ଦଶହରା ପାଳନ କରିଛନ୍ତି ।

ଦଶହରା ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ବିଜୟା ଦଶମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଦଶହରା ଖରାପ ଉପରେ ଭଲର ବିଜୟକୁ ଦର୍ଶାଇଥାଏ । ଉତ୍ତମତା ଏବଂ ଚାଲାକ୍‌ ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ । ଏହି ପର୍ବ ଦେଶବାସୀଙ୍କ ଜୀବନରେ ସମୃଦ୍ଧତା ଏବଂ ସୁଖ ଆଣିବ ବୋଲି ମୁଁ ଶୁଭ କାମନା କରୁଛି’