• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗଣତାନ୍ତ୍ରିକ ନେତାଙ୍କ ମଧ୍ୟରୁ ଜଣେ ବୋଲି ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଭିତ୍ତିହୀନ ଅଭିଯୋଗ ସହ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରିଥିବାରୁ ଶାହା ବିରୋଧୀଙ୍କୁ ନିନ୍ଦା କରିଛନ୍ତି ।

ରବିବାର ଦିନ ସଂସଦ ଟିଭିକୁ ଦେଇଥିବା ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି । ଏବଂ ନରେନ୍ଦ୍ର ମୋଦି ଜଣେ "ଏକଛତ୍ରବାଦୀ ଶାସକ" ବୋଲି ହେଉଥିବା ଅଭିଯୋଗ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଣେ ଗଣତାନ୍ତ୍ରିକ ନେତା ବୋଲି ସେ କହିଛନ୍ତି। ଏଥିସହ ଅମିତ ଶାହା ନରେନ୍ଦ୍ର ମୋଦିଙ୍କ ଶାସନ ଶୈଳୀକୁ ପ୍ରଶଂସା କରିଛନ୍ତି ଓ ସରକାରଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରୁଥିବା ବିରୋଧୀଙ୍କୁ ନିନ୍ଦା କରିଛନ୍ତି ।

ଶାହା କହିଛନ୍ତି , ମୋଦି ଜି ସବୁଠାରୁ ଗଣତାନ୍ତ୍ରିକ ଢ଼ଙ୍ଗରେ କ୍ୟାବିନେଟ ପରିଚାଳନା କରୁଛନ୍ତି । ଫୋରମରେ ଯାହା ଆଲୋଚନା ହୋଇଛି ତାହା ସର୍ବସାଧାରଣ ଡୋମେନରେ ପ୍ରକାଶ ହୋଇପାରିବ ନାହିଁ । ତେଣୁ ଏକ ଭୁଲ ଧାରଣା ରହିଛି, ମୋଦି ଦେଶ ପାଇଁ ସମସ୍ତ ନିର୍ଣ୍ଣୟ ନିଜେ ନିଅନ୍ତି, କାହାର ପରାମର୍ଶ ରକ୍ଷା କରନ୍ତି ନାହିଁ । ତେବେ ପ୍ରକୃତ କଥା କିନ୍ତୁ ଭିନ୍ନ । ମୋଦି ସମସ୍ତଙ୍କ କଥା ଶୁଣନ୍ତି ଓ ଏବଂ ଅନ୍ତିମ ନିଷ୍ପତ୍ତି ନିଶ୍ଚିତ ଭାବରେ ସେ ନିଅନ୍ତି, କାରଣ ସେ ଦେଶର ପ୍ରଧାନମନ୍ତ୍ରୀ ।

ଦୁର୍ଭାଗ୍ୟଜନକ କଥା ହେଲା ବିରୋଧୀ ଅଯଥାରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ ଖରାପ କରିବା ସହ ସତକୁ ମୋଡ଼ିମାଡ଼ି ପ୍ରକାଶ କରୁଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବିରୋଧୀ ଏପରି କରୁଛନ୍ତି । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ବିମୁଦ୍ରାକରଣ, ୩୭୦ ଉଚ୍ଛେଦ କରିବା ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ନିଆଯାଇଥିବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହୁଛନ୍ତି ବିରୋଧୀ ।