• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ:  ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍‌ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍‌ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା । ଗତ ସପ୍ରାହରେ ଲଗାତାର ୫ ଦିନ ଡିଜେଲ୍ ଦର ବଢ଼ିଥିବା ବେଳେ ୨ ଦିନ ଧରି ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହରେ ଡିଜେଲ୍‌ ଦର ପ୍ରାୟ ଦେଢ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ପେଟ୍ରୋଲ ଦର ମଧ୍ୟ ୪୦ରୁ ୪୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

ଆଜିର ତେଲ ଦର

ଦିଲ୍ଲୀ: ପେଟ୍ରୋଲ – ଲିଟର ପିଛା ୧୦୧.୬୪; ଡିଜେଲ - ଲିଟର ପିଛା ୮୯.୮୭ ଟଙ୍କା

ମୁମ୍ବାଇ: ପେଟ୍ରୋଲ - ଲିଟର ପିଛା ୧୦୭.୭୧; ଡିଜେଲ - ଲିଟର ପିଛା ୯୭.୫୨ ଟଙ୍କା

କୋଲକାତା: ପେଟ୍ରୋଲ - ଲିଟର ପିଛା ୧୦୨.୧୭; ଡିଜେଲ - ଲିଟର ପିଛା ୯୨.୯୭ ଟଙ୍କା

ଚେନ୍ନାଇ: ପେଟ୍ରୋଲ - ଲିଟର ପିଛା ୯୯.୩୬ ଟଙ୍କା; ଡିଜେଲ - ଲିଟର ପିଛା ୯୪.୪୫ ଟଙ୍କା

ବେଙ୍ଗାଲୁରୁ: ପେଟ୍ରୋଲ - ଲିଟର ପିଛା ୧୦୫.୧୮; ଡିଜେଲ - ଲିଟର ପିଛା ୯୫.୩୮ ଟଙ୍କା

ଭୋପାଳ: ପେଟ୍ରୋଲ - ଲିଟର ପିଛା ୧୧୦.୧୧; ଡିଜେଲ - ଲିଟର ପିଛା ୯୮.୭୭ ଟଙ୍କା

ଲକ୍ଷ୍ନୌ: ପେଟ୍ରୋଲ - ଲିଟର ପିଛା ୯୮.୭୫ ଟଙ୍କା, ଡିଜେଲ - ଲିଟର ପିଛା ୯୦.୨୯ ଟଙ୍କା

ପାଟନା: ପେଟ୍ରୋଲ - ଲିଟର ପିଛା ୧୦୪.୩୪; ଡିଜେଲ - ଲିଟର ପିଛା ୯୬.୦୫ ଟଙ୍କା

ଚଣ୍ଡିଗଡ଼: ପେଟ୍ରୋଲ - ଲିଟର ପିଛା ୯୭.୮୫; ଡିଜେଲ - ଲିଟର ପିଛା ୮୯.୬୧ ଟଙ୍କା

ଦେଶରେ ପ୍ରତିଦିନ ସକାଳ ୬ଟାରେ ଇନ୍ଧନର ନୂଆ ମୂଲ୍ୟ ଜାରି କରାଯାଏ । ଫୋନରେ ଗୋଟିଏ ମେସେଜ୍ ଦ୍ୱାରା ଆପଣ ପେଟ୍ରୋଲ ଓ ଡିଜେଲ୍‌ ଦର ଜାଣିପାରିବେ । ଏଥିପାଇଁ ପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍‌ ଓଏଲ୍‌ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍‌ସାଇଟ୍‌ରୁ ନିଜ ଅଞ୍ଚଳର RSP କୋଡ୍‌କୁ ଜାଣିପାରିବେ । ଏହି ମେସେଜ୍‌ଟି ପଠାଇବା ପରେ ଆପଣଙ୍କ ଫୋନକୁ ତେଳ ଦର ସମ୍ପର୍କୀତ ସମସ୍ତ ସୂଚନା ଆସିଯିବ ।