• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଭାରତରେ ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିବା ସହ ଜୀବନ୍ତ ପ୍ରମାଣ ସେନା ହାତରେ ଲାଗିଛି । କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି । ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି । ତେବେ ଏନକାଉଣ୍ଟରରେ ଆଉ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ନିହତ ଆତଙ୍କବାଦୀଙ୍କଠାରୁ ସୁରକ୍ଷା ବାହିନୀ ପାକିସ୍ତାନ ଟଙ୍କା ଜବତ କରିଛନ୍ତି । ତେବେ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣେ ଆତଙ୍କବାଦୀ ପାକିସ୍ତାନ ଗୁପ୍ତଚର ବିଭାଗ ଆଇଏସଆଇର ଏଜେଣ୍ଟ ବୋଲି କୁହାଯାଉଛି । ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେନା ଏହି ସମ୍ପୂର୍ଣ୍ଣ ଅପରେସନ୍ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବ ।

ସେପ୍ଟେମ୍ବର ୧୮ରେ ଉରିରେ ୫ରୁ ୬ ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୂଚନା ପାଇଥିଲା ସୁରକ୍ଷା ବାହିନୀ । ଆତଙ୍କୀଙ୍କୁ ଧରିବା ପାଇଁ ଅନେକ ଦିନ ଧରି ଉରିରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ତେବେ ସେପ୍ଟେମ୍ବର ୨୩ରେ ଉରିର ହଥାଲଙ୍ଗାଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ସେହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । 

ଏନକାଉଣ୍ଟର ପରେ ମଧ୍ୟ ଉରିରେ ଅପରେସନ୍ ଜାରି ରଖିଥିଲେ ସୁରକ୍ଷା ବାହିନୀ । ଗତକାଲି ମଧ୍ୟ ଏନକାଉଣ୍ଟର ବେଳେ ଜଣେ ପାକିସ୍ତାନୀ ଆତଙ୍କୀ ଧରା ପଡିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଅପରେସନ ସମୟରେ ଚାରି ଜଣ ଯବାନ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ମାଛିଲ ଓ ଟିଟୱାଲ ସେକ୍ଟର ବ୍ୟବହାର କରିଥିଲେ । ଏଥିପାଇଁ ପାକିସ୍ତାନୀ ସେନାର ସହାୟତା ନେଇଥିଲେ ଆତଙ୍କବାଦୀ  । ପାକିସ୍ତାନ ପକ୍ଷରୁ ଉଭୟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଆଉ ସେହି ସମୟରେ ଭାରତକୁ ପଶିଆସିଥିଲେ ଆତଙ୍କୀ ।