• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତରକୁ ଚୋରାଚାଲାଣ କରିପାରିଲାନି

  • ସୀମାରେ ମାଦକ ଦ୍ରବ୍ୟ ପୋଡ଼ିଲା ପାକିସ୍ତାନ

ଚଣ୍ଡିଗଡ଼ : ସୀମାରେ ମାଦକ ଦ୍ରବ୍ୟ ପୋଡ଼ିଲା ପାକିସ୍ତାନ । ଅମୃତସର ସହ ସଂଲଗ୍ନ ଭାରତ-ପାକ୍ ସୀମା ନିକଟରେ ଥିବା ଖୋଲା ସ୍ଥାନରେ ପ୍ରାୟ ୧୦ କ୍ୱିଣ୍ଟାଲ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପୋଡିଲା ଶତ୍ରୁ ଦେଶ । ଏତେ ପରିମାଣର ନିଶାଦ୍ରବ୍ୟ ପୋଡ଼ିବା ଦ୍ୱାରା ଆକାଶକୁ ଆଚ୍ଛାଦନ କରି ପକାଇଥିଲା ବିଷାକ୍ତ କଳାଧୂଆଁ । ​​ଆଉ ଏହାର ଦୁର୍ଗନ୍ଧ ଭାରତର ସୀମାରେ ଥିବା ବିଭିନ୍ନ ଗାଁ ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଉ ଦୁର୍ଗନ୍ଧରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଭାରତୀୟ ଗାଁର ଲୋକେ । ଏକ ମିଡ଼ିଆ ରିପୋର୍ଟ ଅନୁସାରେ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଜିରୋ ଲାଇନ ଠାରୁ ୮୦୦ ମିଟର ଦୂରରେ ପାକିସ୍ତାନର ଏକ କାର୍ଗୋ ରହିଛି ।

ସାଧାରଣତଃ କଷ୍ଟମ ଡେ ରେ ନିଶା ଦ୍ରବ୍ୟକୁ ଭାଟିରେ ପୋଡ଼ି ଦିଆଯାଏ । କିନ୍ତୁ ଏହା ପୂର୍ବରୁ ପାକିସ୍ତାନର ଗୋଦାମ ଗୁଡ଼ିକ ମାଦକ ଦ୍ରବ୍ୟରେ ଭରି ଯାଇଥିଲା । ଆଉ ଏହି ସମସ୍ତ ନିଶା ଦ୍ରବ୍ୟ ଭାରତକୁ ପଠାଇବାକୁ ଚେଷ୍ଟା କରୁଥିଲା ଶତ୍ରୁ ଦେଶ । କିନ୍ତୁ ସୀମାରେ କଡ଼ା ପହରା ତଥା ସେନା ସବୁବେଳେ ସଜାଗ ଥିବାରୁ ଭାରତ ପଠାଇବା ସମ୍ଭବ ହେଲାନାହିଁ । ଫଳରେ ବାଧ୍ୟ ହୋଇ ୧୦ କ୍ୱିଣ୍ଟାଲ ନିଶା ଦ୍ରବ୍ୟକୁ ପୋଡ଼ିବା ପାଇଁ ବାଧ୍ୟ ହୋଇଥିଲା ଶତ୍ରୁ ଦେଶ ।

ଭାରତକୁ ହେରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଚାଲାଣ ପାଇଁ ଅଭିନବ ଉପାୟ ଆପଣାନ୍ତି ପାକିସ୍ତାନର ଚୋରା ଚାଲାଣକାରୀ । ପ୍ରଥମେ ହେରୋଇନ ସମେତ ଅନ୍ୟ ନିଶା ଦ୍ରବ୍ୟର ଛୋଟ ଛୋଟ ପ୍ୟାକେଟ ପ୍ରସ୍ତୁତ କରନ୍ତି । ପରେ ପ୍ୟାକେଟ ଗୁଡ଼ିକୁ ଏକତ୍ର କରାଯାଇ ଅଣ୍ଡାକୃତି ଆକାର ଦିଆଯାଏ । ଆଉ ତା’ପରେ ସମସ୍ତ ପ୍ୟାକେଟକୁ ପାଇପ ଲାଇନରେ ଭର୍ତ୍ତି କରି ଭାରତ ସୀମାକୁ ପଠାଯାଏ । ଆଉ ଏପଟେ ଭାରତ ସୀମାରେ ଥିବା ଜଗିଥିବା ଚୋରା ଚାଲାଣକାରୀ ପାଇପ୍ ଲାଇନରୁ ନିଶା ଦ୍ରବ୍ୟର ପ୍ୟାକେଟ୍ ଉଠାଇ ନିଅନ୍ତି । ମାତ୍ର କିଛି ମିନିଟ୍ ମଧ୍ୟରେ ଏହି କାମ ହୋଇଯାଏ, ସୀମାରେ ମୁତୟନ ଥିବା ଯବାନଙ୍କୁ ଏସମ୍ପର୍କରେ ଖୋଜଖବର ମଧ୍ୟ ମିଳେ ନାହିଁ । କାରଣ ଗୋଟିଏ ପୋଷ୍ଟରୁ ଆଉ ଗୋଟିଏ ପୋଷ୍ଟ ମଧ୍ୟରେ ଦୂରତା ବହୁତ ଅଧିକ ।

ତେବେ ଦେଶକୁ ଯେପରି ମାଦକଦ୍ରବ୍ୟ ଆସିବ ନାହିଁ, ସେଥିପାଇଁ ବିଏସଏଫ ଯବାନ ମାନେ ଓଟରେ ତଥା ଚାଲି ଚାଲି ପାଟ୍ରୋଲିଂ କରୁଥାଆନ୍ତି । ରାତି ସାରା ଚକ୍କର କାଟିବା ପରେ ମଧ୍ୟ ଅଧିକ ଦୂରତ୍ୱ ପାଇଁ ଅନେକ କିଛି ସ୍ଥାନ ଏପରି ରହିଯାଏ, ଯେଉଁଠାକୁ ପହଞ୍ଚି ପାରନ୍ତି ନାହିଁ ଯବାନ୍ । ଆଉ ସେହି ସମୟର ଫାଇଦା ଉଠାନ୍ତି ଚୋରା ଚାଲାଣକାରୀ । ଡ୍ରଗ୍ ଡିଲରମାନେ ଚତୁରତାର ସହ ଏହି ସମୟକୁ ଅପେକ୍ଷା କରିଥାଆନ୍ତି । ଆଉ ମାତ୍ର କେଇ ମିନିଟରେ ପାକିସ୍ତାନରୁ ଭାରତରେ ଅତି ସହଜରେ ପହଞ୍ଚି ଯାଏ ମାଦକ ଦ୍ରବ୍ୟ ।