• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାଇରାଲ ଭିଡିଓ ଦେଖିବା ପରେ ଲୋକେ ଅସନ୍ତୁଷ୍ଟ

  • ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋକଙ୍କ ବିଶ୍ୱାସ ସହ ଖେଳ । ଖାଦ୍ୟ ସାମଗ୍ରୀକୁ ଅପରିଷ୍କାର କରି ପ୍ୟାକିଂ କରୁଛନ୍ତି ଶ୍ରମିକ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକେ ରାଗି ପାଚି ଲାଲ୍ ହୋଇଯାଇଛନ୍ତି । କରୋନା କାଳରେ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଖାଦ୍ୟ ସାମଗ୍ରୀ ଉପରେ ଛେପ ତଥା ଭୁଲ ଉପାୟରେ ତିଆରି କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ସୋସିଆଲ ମିଡିଆରେ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିବା ବେଳେ ଅନେକ ମାମଲାରେ ଲୋକମାନେ ମଧ୍ୟ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଶ୍ରମିକ ଟୋଷ୍ଟ କାରଖାନା ଭିତରେ ଖାଦ୍ୟ ସାମ୍ରଗୀକୁ ଅପରିଷ୍କାର କରି ପ୍ୟାକିଂ କରୁଛନ୍ତି । ଯାହା ଦେଖି ଆଉ କେବେ ଟୋଷ୍ଟ ଖାଇବାକୁ ମନ ବଳାଇବେ ନାହିଁ ଲୋକେ । ଏହାସହ ଏପରି କିଛି ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ହଜାରେ ଥର ଚିନ୍ତା କରିବେ ଗ୍ରାହକ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, କାରଖାନାରେ ଟୋଷ୍ଟ ପ୍ୟାକିଂ କାମରେ ଲାଗିଛନ୍ତି ଶ୍ରମିକ । ଆଉ କିଛି ଶ୍ରମିକ ଟୋଷ୍ଟ ଉପରେ ନିଜର ମଇଳା ପାଦ ରଖିଥିବା ବେଳେ ଟୋଷ୍ଟକୁ ଚାଟି ପ୍ୟାକିଂ କରୁଛନ୍ତି । ତେବେ ଭୁଲବଶତଃ ନୁହେଁ ବରଂ ଜାଣିଣୁଣି ସେମାନେ ଏପରି କରିଛନ୍ତି । ଲୁଚି କି ନୁହେଁ ସମସ୍ତଙ୍କ ସାମ୍ନାରେ ଭିଡିଓ ତିଆରି ହୋଇଛି । ଆଉ ସବୁଠାରୁ ବଡ଼ କଥା ହେଲା ବିନା ଭୟରେ ସେମାନେ ଏପରି କରିଛନ୍ତି । ତେବେ ଭିଡିଓ ଦେଖିବା ପରେ ସାଧାରଣ ଜନତା ତାତି ଉଠିଛନ୍ତି । ଏପରି କାମ କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଇନଷ୍ଟାଗ୍ରାମରେ GiDda ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି । ଏପର୍ଯ୍ୟନ୍ତ ଭିଡିଓକୁ ୪୨ ହଜାରରୁ ଅଧିକ ଥର ଦେଖିଛନ୍ତି ୟୁଜର । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ଏବଂ କାରଖାନା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।