• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋନିପତ: ହରିୟାଣାର ସୋନିପତରେ ଅଘଟଣ । ସ୍କୁଲର ଛାତ ଭୁଶୁଡ଼ି ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି । ଆହତ ଛାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ମଧ୍ୟ ଗୁରୁତର ହୋଇଛନ୍ତି । ହରିୟାଣାର ଜିଭାନନ୍ଦ ମଡେଲ୍ ପବ୍ଲିକ୍ ସ୍କୁଲର ଛାତ ମରାମତି କାମ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଆହତ ଛାତ୍ରଛାତ୍ରୀମାନଙ୍କୁ ଗନ୍ନେର କମ୍ୟୁନିଟି ହସ୍ପିଟାଲକୁ ପଠାଯାଇଥିବା ବେଳେ ୫ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଖାନପୁରର ପିଜିଆକୁ ପଠାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨୫ଜଣ ଛାତ୍ରଛାତ୍ରୀ ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।