• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ରୂଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଭେଟଘାଟ୍‌ । ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକ ହୋଇଛି । ଭାରତ-ରୁଷ୍ ଦ୍ୱିପାକ୍ଷିକ ସଂପର୍କ ଓ ଚୁକ୍ତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । 

ସେପଟେ ରୁଷିଆ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଟୁ ପ୍ଲସ ଟୁ ଆଲୋଚନା ମଧ୍ୟ ହୋଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ରୁଷିଆ ପ୍ରତିପକ୍ଷ ଜେନେରାଲ୍ ସେର୍ଗି ସୋଇଗୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଚଳିତ ବର୍ଷ ରୁଷିଆ ସହ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଏହା ଚତୁର୍ଥ ବୈଠକ ଥିଲା । ରୁଷିଆ ଓ ଭାରତ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ଏହା ସହାୟକ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି । ଭାରତ ଓ ରୁଷିଆ ମଧ୍ୟରେ ସମ୍ମିଳନୀ ସବୁବେଳ ପାଇଁ ସ୍ୱତନ୍ତ୍ରତା ରଖିଥାଏ ବୋଲି ଜୟଶଙ୍କର କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ଓ ରୁଷିଆ ରଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ମିଳନୀ ପୂର୍ବରୁ ଦୁହେଁ ଆଲୋଚନା କରିଥିଲେ ।

Rajnath SinghRajnath Singh

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷିଆ ପ୍ରତିପକ୍ଷ ସେର୍ଗି ସୋଇଗୁ ଟୁ ପ୍ଲସ ଟୁ ଆଳୋଚନା କରିଛନ୍ତି ଏହି ଅବସରରେ ସୋଇଗୁ କହିଛନ୍ତି ଯେ, ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ବହୁ ପୁରୁଣା ଓ ସ୍ୱାଭାବିକ । ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କ୍ଷେତ୍ରରେ କାମ କରି ଆସିଛି ଏହି ଦୁଇ ରାଷ୍ଟ୍ର୧୦ । ସେପଟେ ରାଜନାଥ ମଧ୍ୟ ଆଲୋଚନା ନେଇ ନିଜର ମତ ରଖିଛନ୍ତି ।

ଟୁ ପ୍ଲସ ଟୁ ଆଲୋଚନା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ କିଛି ରାଜିନାମା ସ୍ୱାକ୍ଷର ହୋଇଛି । ୬ ଲକ୍ଷ ୧ ହଜାର ୪୨୭ଟି ଏକେ-୨୦୩ ଆସଲ୍ଟ ରାଇଫଲ୍ କିଣିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାସହ ମିଲିଟାରି ଟେକ୍ନିକାଲ କୋ-ଅପରେସନ ପାଇଁ ମଧ୍ୟ ଦୁଇ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଛଡ଼ା କୋଲାସିକୋବ ସିରିଜ୍ ଅସ୍ତ୍ର ଉତ୍ପାଦନ ପାଇଁ ଦୁଇ ଦେଶ ଚୁକ୍ତି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡର ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ତେବେ ଏହା ପୂର୍ବରୁ ଦୁହେଁ ପରସ୍ପକୁ ଭେଟିବାବେଳେ ହାତ ନ ମିଳାଇ କହୁଣୀ ମିଳାଇ ସ୍ୱାଗତ କରିଥିଲେ । କରୋନା ପାଇଁ ହ୍ୟାଣ୍ଡସେକ୍ ନ କରି ଦୁଇ ନେତା କହୁଣି ମିଳାଇଥିବା କୁହାଯାଉଛି ।