• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବିଶ୍ୱର ବିତ୍ତଶାଳୀ ମହିଳାଙ୍କ ତାଲିକାରେ ଆଉ ଜଣେ ଭାରତୀୟ

  • କେଇ ଘଣ୍ଟା ଭିତରେ ୬ ଗୁଣ ବଢ଼ିଗଲା ମୋଟ ସଂପତ୍ତି

  • ବନିଗଲେ ଭାରତୀୟ ଶିଳ୍ପଜଗତର ଅନ୍ୟତମ ନାୟିକା

  • ବିଲିୟନେୟର୍ ତାଲିକାରେ ନାୟିକା ବ୍ରାଣ୍ଡ୍ର ପ୍ରତିଷ୍ଠାତା ଫାଲ୍‌ଗୁନି ନାୟାର୍

ନୂଆଦିଲ୍ଲୀ: କିଛି ଘଣ୍ଟାରେ ୬ ଗୁଣା ବଢିଗଲା ‘ନାୟିକା’ର ମୋଟ ସଂପତ୍ତି । ରାତାରାତି ବିଲିୟନେୟଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଗଲେ ‘ନାୟିକା’ ବ୍ରାଣ୍ଡର ପ୍ରତିଷ୍ଠାତା ଫାଲ୍‌ଗୁନି ନାୟାର୍ । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ନାୟିକା କମ୍ପାନୀର ମାଲିକ ଫାଲ୍‌ଗୁନି । ଏହାକୁ ନେଇ ସେ କହିଛନ୍ତି ଯେ, ତାଙ୍କ ପ୍ରତିଷ୍ଠିତ ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ୍ ‘ନାୟିକା’ ତାଙ୍କୁ ଆଶାତୀତ ସଫଳତା ଆଣିଦେଇଛି । ଯାହା ଫଳରେ କେବଳ ଭାରତର ନୁହେଁ, ବରଂ ସାରା ବିଶ୍ୱର ଧନୀ ମହିଳାଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରାଯାଇଛି ।

ସୂଚନା ଅନୁସାରେ, ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ୍ ନାୟିକାର ପ୍ୟାରେଣ୍ଟ୍ କଂପାନୀ FSN ଇ-କମର୍ସର ଆଇପିଓ ଷ୍ଟକ୍ ମାର୍କେଟ୍‌ରେ ଲିଷ୍ଟିଙ୍ଗ୍ ହେବା ସହ ଏହାର ମୁଖ୍ୟ ଫାଲ୍‌ଗୁନି ନାୟାର୍ ଓ ଅନ୍ୟ ନିବେଶକଙ୍କ ସଂପତ୍ତି ବି ବଡ଼ ଲମ୍ଫ ମାରିଛି । ଫାଲ୍ଗୁନିଙ୍କ ସଂପତ୍ତି ୬ ଗୁଣ ବଢ଼ି ୬ ଶହ ୫୦ କୋଟି ଡଲାର୍କୁ ବୃଦ୍ଧି ପାଇଛି । ଫଳରେ ସେ ବନିଯାଇଛନ୍ତି ଭାରତର ସପ୍ତମ ମହିଳା ଅରବ୍‌ପତି ଏବଂ ନିଜ ବଳରେ ବିଲିୟନେୟର୍ ବନିଥିବା ଦେଶର ସବୁଠୁ ବଡ଼ ଧନୀ ମହିଳା ।

ୱେବ୍‌ସାଇଟ୍ ଓ ମୋବାଇଲ୍ ଆପ୍ ଜରିଆରେ ବିୟୁଟି ଓ ପର୍ସନାଲ୍ କେୟାର୍ ସାମଗ୍ରୀ ବିକିବା ପାଇଁ ୨୦୧୨ରେ ନାୟିକା ବ୍ରାଣ୍ଡ୍ ଆରମ୍ଭ କରିଥିଲେ । ଫାଲ୍‌ଗୁନି ନାୟାର୍ ଆଉ ଏହାର ମାତ୍ର ୮-୯ ବର୍ଷ ଭିତରେ ସେ ଏହି ବଡ଼ ସଫଳତା ପାଇପାରିଛନ୍ତି । ଗତ ବୁଧବାର ମାର୍କେଟ୍ ଖୋଲିବା ମାତ୍ରେ ନାୟିକାର ସେୟାର୍ ୮୦ ପ୍ରତିଶତ ପ୍ରିମିୟମ୍ ସହ ୨ହଜାର ୧୮ ଟଙ୍କାରେ ଲିଷ୍ଟିଂ ହୋଇଥିଲା । ପ୍ରଥମ ୫ ମିନିଟ୍ ଭିତରେ ଏହାର ମାର୍କେଟ୍ କ୍ୟାପ୍ ଭେଲୁଏସନ୍ ୧ ଟ୍ରିଲିୟନ୍ ଟଙ୍କା ଛୁଇଁଥିଲା ।

ସେହିପରି ଦେଢ଼ଘଣ୍ଟା ପରେ ଏହା ବ୍ରିଟାନିଆ, ଗୋଦ୍ରେଜ୍ ଓ ଇଣ୍ଡିଗୋର ସମକକ୍ଷ ହୋଇପାରିଥିଲା । ନାୟିକାରେ ଫାଲ୍‌ଗୁନି ଙ୍କର ପ୍ରାୟ ୫୦ ପ୍ରତିଶତ ସେୟାର୍ ରହିଛି, ଯାହାର ମୂଲ୍ୟ ଗୋଟିଏ ଦିନରେ ପ୍ରାୟ ୮୯ ପ୍ରତିଶତ ବଢ଼ିଛି । ଏଥିସହ FSN ଇ-କମର୍ସ ମହିଳାଙ୍କ ମାଲିକାନାରେ ଥିବା ପ୍ରଥମ ୟୁନିକର୍ନ କମ୍ପାନୀର ମାନ୍ୟତା ମଧ୍ୟ ପାଇଛି ।