• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଏଇ ରାଜ୍ୟରେ ନିଯୁକ୍ତି ପାଇବେ ୬୦ ହଜାର ନୂଆ ପୋଲିସ

  • ରାଜ୍ୟ ପୋଲିସ ବିଭାଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ

  • ସବୁ ଥାନାରେ ରହିବେ ମହିଳା ପୋଲିସ

ପାଟନା : ବିହାରର ପୋଲିସ୍କୁ ଅଧିକ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିତିଶ୍ କୁମାର ଏକ ବଡ଼ ନିଷ୍ପତି ନେଇଛନ୍ତି । ବିହାରରେ ନୂଆ ୬୦ ହଜାର ପୋଲିସଙ୍କୁ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଥିବା ପୋଲିସ କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ବଢାଇବାକୁ ପଡିବ । ବଢୁଥିବା ଜନସଂଖ୍ୟା ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି  ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏବେଠାରୁ ହିଁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ । ସୂଚନାଥାଉ କି, ବର୍ତ୍ତମାନ ବିହାରରେ ମୋଟ ୮୦ ହଜାର ପୋଲିସ କର୍ମଚାରୀ କାର୍ଯ୍ୟରତ  ଅଛନ୍ତି। ଏହାର ସଂଖ୍ୟା ବୃଦ୍ଧି କରିବା ପାଇଁ  ଖୁବ ଶୀଘ୍ର ଆଉ ୬୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

୨୦୧୮ ବ୍ୟାଚ୍‌ରେ ବହୁ ସଂଖ୍ୟକ ମହିଳା ପୋଲିସ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଗତକାଲି ଏହି ମହିଳା ପୋଲିସ କର୍ମଚାରୀଙ୍କ ପାସିଂ ଆଉଟ ପରେଡ ଥିଲା।  ମୁଖମନ୍ତ୍ରୀ ଏହି ପାସିଂ ଆଉଟ ପରେଡ ଯୋଗ ଦେଇ  ମହିଳା ଇନ୍ସପେକ୍ଟରମାନଙ୍କୁ ସ୍ୱାଗତ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାର ପୋଲିସ ବିଭାଗରେ ଯେତେ ସଂଖ୍ୟକ ମହିଳା ପୋଲିସ ଅଛନ୍ତି,  ଅନ୍ୟ କୌଣସି ରାଜ୍ୟରେ ନାହାଁନ୍ତି ।  ଏବେ ରାଜ୍ୟର ସବୁ ପୋଲିସ ଷ୍ଟେସନରେ ମହିଳା କର୍ମଚାରୀମାନଙ୍କୁ ରଖିବା ବାଧ୍ୟତାମୂଳକ କରାଯାଇଛି ।

 ସେ ଆହୁରି କହିଛନ୍ତି, ସମସ୍ତ ଥାନାରେ ମହିଳା କର୍ମଚାରୀ ରହିଲେ ବିହାରର ରଙ୍ଗ ରୂପରେ ପରିବର୍ତ୍ତନ ଆସିବ । ନୂଆ ନିଯୁକ୍ତି ପାଇଥିବା ମହିଳା ପୋଲିସ କର୍ମଚାରୀମାନଙ୍କୁ ସମ୍ବୋଧନ କରି ମୁଖମନ୍ତ୍ରୀ ମଦ ନିଷେଧ ନିୟମକୁ କଡାକଡି କରିବାକୁ ପରାମର୍ଶ ଦେଇଛନ୍ତି । ସେ  କହିଛନ୍ତି, ମହିଳା ମାନଙ୍କର ଦାବି ଅନୁଯାୟୀ ବିହାରରେ ମଦ ନିଷେଧ କରାଯାଇଛି । ତେଣୁ ଲାଗୁ ହୋଇଥିବା ନିଷେଧାଦେଶକୁ କଡାକଡି ପାଳନ ରଖିବା ଦାୟିତ୍ୱ ମହିଳା କର୍ମଚାରୀଙ୍କର।

ବିହାରରୁ ଝାଡଖଣ୍ଡ ଅଲଗା ହେବା ପରେ ନିଯୁକ୍ତି ପାଉଥିବା ପୋଲିସ କର୍ମଚାରୀମାନଙ୍କୁ ଟ୍ରେନିଂ ପାଇଁ ଅନ୍ୟ ରାଜ୍ୟକୁ ପଠାଇବାକୁ ପଡୁଥିଲା । କିନ୍ତୁ ଏବେ ରାଜଗିରି ଜିଲ୍ଲାରେ ବିହାରର ନୂତନ ପୋଲିସ ଏକାଡେମୀ ପ୍ରତିଷ୍ଠା ହେବା ପରଠୁ ପୋଲିସ କର୍ମମଚାରୀଙ୍କୁ ଟ୍ରେନିଂ ପାଇଁ ଆଉ ବାହାରକୁ ଯିବାକୁ ପଡ଼ୁନାହିଁ। ଏହି ପୋଲିସ ଏକାଡେମୀରେ ସବୁ ସ୍ତରର ଟ୍ରେନିଂ ଦିଆଯାଇ ପାରିବ । ବିହାରରେ ପୋଲିସ ଏକାଡେମୀର ନିର୍ମାଣ ସବୁ ବଡ ଯୋଜନାମାନଙ୍କ ମଧ୍ୟରୁ ଗୋଟେ ଥିଲା । ଯାହା ସଫଳ ହୋଇଛି ବୋଲି ମୁଖମନ୍ତ୍ରୀ ନିତୀଶ୍ କୁମାର କହିଛନ୍ତି ।