• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉନ୍ନତ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଜୋଜିଲା ଟନେଲ୍

  • ୧୩.୨ କିମି ଲମ୍ବା ଜୋଜିଲା ଟନେଲ୍

  • ସେନାର ପରିବହନ, ଗମନାଗମନ ପାଇଁ ସମୟ କମିବ

  • ସମୁଦ୍ରପତନରୁ ୮.୫ ହଜାର ଫୁଟ୍ ଉଚ୍ଚରେ ଜୋଜିଲା ଟନେଲ୍

ନୂଆଦିଲ୍ଲୀ : ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଶୀତ ଦିନେ ଭୀଷଣ ତୁଷାରପାତ ଯୋଗୁଁ ଲଦାଖକୁ ଯୋଗାଯୋଗ ବିଚ୍ଛିନ୍ନ ହୁଏ । ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ଯାଏଁ ବରଫପାତ ଯୋଗୁଁ ଏହି ରୁଟରେ ଯାତାୟନ ଏକରକମ ଠପ୍ ହୋଇପଡ଼େ ।

ତେବେ ଜୋଜିଲା ପାସ୍ ଦ୍ୱାରା ବର୍ଷ ସାରା ଦେଶର ବିଭିନ୍ନ ପ୍ରାନ୍ତ ସହ ଲଦାଖକୁ ସଂଯୋଗ ହେଇପାରିବ । ଏନ୍ଏଚ୍-୧ ଜମ୍ମୁ ଓ କଶ୍ମୀର ସୋନମାର୍ଗରୁ ବାହାରି ଲଦାଖରୁ ମିନମାର୍ଗକୁ ସଂଯୋଗ କରିଛି । ଏହି ମଧ୍ୟରେ ୧୩.୨ କିଲୋମିଟର ଲମ୍ବର ରହିଛି ଜୋଜିଲା ଟନେଲ୍ । ସମୁଦ୍ର ପତନରୁ ୮ ହଜାର ୫ ଶହ ଫୁଟ୍ ଉଚ୍ଚରେ ରହିଛି ଜୋଜିଲା ପାସ୍ । ଜାତୀୟ ସୁରକ୍ଷା ପାଇଁ ବେଶ ଗୁରୁତ୍ୱ ବହନ କରୁଛି ଜୋଜିଲା । ସେନାର ପରିବହନ, ଗମନାଗମନ ତା’ସହ ଲଦାଖ ସହ କାଶ୍ମୀରକୁ ଯୋଡ଼ିବା ପାଇଁ ଏକ ବଡ଼ ପଦକ୍ଷେପ । ଏହାସହ ଚୀନ ଓ ପାକିସ୍ତାନ ସୀମାର ବେଶ ନିକଟତର ରହିଛି ଜୋଜିଲା ଟନେଲ୍ ।

ତେବେ ପ୍ରକଳ୍ପ ପରିଦର୍ଶନ ବେଳେ ନୀତିନ ଗଡ଼କରୀ କହିଛନ୍ତି,ଆସନ୍ତା ବର୍ଷ ସୁଦ୍ଧା ଏସିଆର ଦୀର୍ଘତମ ଟନେଲର ଉଦଘାଟନ ହେବ । ଟନେଲ୍ କାମ ଶେଷ ହେବା ପରେ ଶୀତଦିନେ ପ୍ରବଳ ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ-ଲଦାଖ ରାଜପଥ ବନ୍ଦ ରହିବ ନାହିଁ ଏବଂ ଲଦାଖକୁ ଯିବା ସହଜ ହେବ ।