• translate
Sarbeswar

News Highlights

  • ସିଦ୍ଧୁଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

  • କାଲି ବଡ଼ ଘୋଷଣା କରିବ ଆପ୍‌

ଚଣ୍ଡୀଗଡ଼: ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍‌। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍‌ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍‌ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି। ତାଙ୍କ ଭବିଷ୍ୟତ ରାଜନୈତିକ ଗତିବିଧିକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଯାଉଛନ୍ତି ଆପ୍‌ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ ଆସନ୍ତାକାଲି ପଞ୍ଜାବରେ ପହଞ୍ଚି ବଡ଼ ଘୋଷଣା କରିବେ ବୋଲି ଆପ୍‌ ସୂତ୍ରରୁ ଜଣାପଡ଼ିଛି। ଆପ ପକ୍ଷରୁ ଏପରି ସୂଚନା ମିଳିବା ପରେ ଟ୍ୱିଟ୍‌ରେ ସିଦ୍ଧୁ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଏଠାରେ କହିରଖୁଛୁ ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହା ପୂର୍ବରୁ ସିଦ୍ଧୁ ଆପ୍‌ରେ ମିଶି ପାରନ୍ତି। ପୂର୍ବରୁ ସିଦ୍ଧୁ ଆପରେ ମିଶିବା ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଥିଲା। ହେଲେ ଏହାରି ମଧ୍ୟରେ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ୍‌ ଦେଇ ସିଦ୍ଧୁଙ୍କୁ ଦଳର ସଭାପତି କରାଇଥିଲା। ତେଣୁ ଏହି ଚର୍ଚ୍ଚା ଉପରେ ପୁଃନଚ୍ଛେଦ ପଡ଼ିଥିଲା।

ସୂଚନା ଅନୁସାରେ, ସିଦ୍ଧୁ ଦଳିତ ବିରୋଧୀ ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସହ୍ୟ କରିପାରି ନଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା ଆପ୍‌ର ଜଣେ ନେତା କହିଛନ୍ତି। ଏପରି ସ୍ଥିତିରେ ଆପ୍‌ ସିଦ୍ଧୁଙ୍କୁ କେମିତି ଦଳରେ ସାମିଲ କରିବ, ତା’ହା ମଧ୍ୟ ବଡ଼ ପ୍ରଶ୍ନ।

ଏଠାରେ କହିରଖୁଛୁ, ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇସାରିଛନ୍ତି ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି ସେ କହିଛନ୍ତି। ସେପଟେ, ଦିଲ୍ଲୀ ଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ପ୍ରଥମ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗାମୀ ରଣନୀତି ନେଇ ପଦକ୍ଷେପ ନେଇପାରନ୍ତି ଅମରିନ୍ଦର। ଆଜି ସଂଧ୍ୟାରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ଅମରିନ୍ଦର।

Other Stories

  • Peepal tree fell for five years suddenly stood up
    Miscellaneous କଟା ହୋଇଥିବା ଗଛ ପୁଣି ଠିଆ ହୋଇଗଲା; ବିଶ୍ୱାସ ନା ଅନ୍ଧବିଶ୍ୱାସ

    ପ୍ରାୟ ଏକ ସପ୍ତାହ ପୂର୍ବରୁ ସଦର ତହସିଲ ଅନ୍ତର୍ଗତ ଡାକଶିରାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।​ ପାଞ୍ଚ ବର୍ଷ ପୂର୍ବେ ପଡିଥିବା ଏକ ଅସ୍ୱସ୍ଥ ଗଛକୁ ବ୍ୟବସାୟୀ ଖଣ୍ଡ ଖଣ୍ଡ କରି କାଟି ଘରକୁ ନେଇ ଯାଇଥିଲେ। ତେବେ...

  • BUS Swept
    National ଭାସିଗଲା ବସ୍ ! ଜଣେ ମୃତ, ଅନେକ ନିଖୋଜ

    ପାଣିରେ ଭାସିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାଗପୁର ଅଂଚଳର ଏହି ଘଟଣା ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାନ୍ଦେଡ-ନାଗପୁର ରାସ୍ତାରେ ୬ ଜଣ ଯାତ୍ରୀଙ୍କୁ ନେଇ...

  • Imran Khan
    International ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

    ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

  • Congress
    National କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ

    ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି...