• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେଙ୍କ ପଛରେ ଗୁଇନ୍ଦାଗିରି କରୁଛି ପୋଲିସ୍ ? ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୁଇ ପୋଲିସ କର୍ମଚାରୀ ତାଙ୍କର ପିଛା କରୁଥିବା ଅଭିଯୋଗ କରିଛନ୍ତି । ଏ ପରିପେକ୍ଷୀରେ ମହାରାଷ୍ଟ୍ରର ଡିଜିପିଙ୍କ ନିକଟରେ ଆଜି ସେ ଏପରି ଅଭିଯୋଗ ଆଣିଛନ୍ତି । ସମୀର ୱାଙ୍ଖଡେ ବର୍ତ୍ତମାନ ହାଇ ପ୍ରୋଫାଇଲ କ୍ରୁଜ ଜାହାଜ ଡ୍ରଗ୍ସ କେସର ଯାଞ୍ଚ କରୁଛନ୍ତି, ଯେଉଁଥିରେ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୋଲିସ ସକ୍ରିୟ ହୋଇପାରିଛି । ତେବେ ସେ ଏ ସମ୍ପର୍କରେ ଗଣମାଧ୍ୟନମରେ କୌଣସି ବୟାନ୍ ଦେବାକୁ ମନା କରାଯାଇଥିବା ସେ କହିଛନ୍ତି ।

୨୦୧୫ରେ ସମୀର ୱାଙ୍ଖଡେ ମାଙ୍କ ଦେହାନ୍ତ ହୋଇଥିଲା । ଆଉ ସେବେଠାରୁ ସେ ପ୍ରତିଦିନ ଶ୍ମଶାନରେ ନିଜ ମା’ଙ୍କ ସମାଧିସ୍ଥଳକୁ ଯାଆନ୍ତି । ତେବେ କିଛି ଦିନ ହେବ ସାଦା ପୋଷାକରେ ଦୁଇ ଜଣ ପୋଲିସ୍ ଅଧିକାରୀ ତାଙ୍କ ଉପରେ ନଜର ରଖୁଥିବା ସେ ଦେଖୁଛନ୍ତି । ଏହାସହ ଓଶିୱାରା ପୋଲିସ ଶ୍ମଶାନକୁ ଯାଇ ସମୀର ତାଙ୍କର ସିସିଟିଭି ଫୁଟେଜ୍ ନେଇଥିବା ସେ କହିଛନ୍ତି । ସମୀର ୱାଙ୍ଖଡେ କ୍ରୁଜ୍ ଜାହାଜରେ ଚଢ଼ାଉ କରି ବହୁ ପରିମାଣର ଡ୍ରଗ୍ସ ଉଦ୍ଧାର କରିଥିଲେ । ଏହି ହାଇ ପ୍ରୋଫାଇଲ୍ କେସରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ତେବେ ଚାର୍ଜସିଟ୍ ଦାଖଲ କରିବାକୁ ଏନସିବିକୁ ୬ ମାସ ସମୟ ମିଳିଛି ।

ମହାରାଷ୍ଟ୍ରର ସମୀର ୱାଙ୍ଖଡେ ୨୦୦୮ ବ୍ୟାଚର ଆଇଆରଏସ ଅଧିକାରୀ । ଭାରତୀୟ ରାଜସ୍ୱ ସେବାରେ ଯୋଗଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେପୁଟି କଷ୍ଟମ କମିଶନର ଭାବରେ ହୋଇଥିଲା । ତାଙ୍କର ଦକ୍ଷତା ହେତୁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଏବଂ ପରେ ଦିଲ୍ଲୀ ପଠାଯାଇଥିଲା । ଡ୍ରଗ୍ ଏବଂ ଡ୍ରଗ୍ ସମ୍ବନ୍ଧୀୟ ପ୍ରସଙ୍ଗରେ ତାଙ୍କୁଜଣେ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ । ଗତ ଦୁଇ ବର୍ଷ ମଧ୍ୟରେ ସମୀର ୱାନକେଡେଙ୍କ ନେତୃତ୍ୱରେ ପ୍ରାୟ ୧୭,୦୦ କୋଟି ଟଙ୍କାର ଡ୍ରଗ୍ସ ଏବଂ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି । ଗତ ବର୍ଷ ସମୀର ୱାଙ୍ଖଡେଙ୍କୁ ଡିଆରଆଇରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟ୍ରାନ୍ସଫର କରାଯାଇଥିଲା।

ସୂଚନାଯୋଗ୍ୟ ମୁମ୍ବାଇ ସମୀର ୱାଙ୍ଖଡେ ନିଜ ତରଫରୁ ବୁକ୍ କରିଥିଲେ । କ୍ରୁଜକୁ ନିଜେ ଗ୍ରାହକ ସାଜି ପଶିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଗିରଫଦାରୀ ଖେଳ । କେବଳ ଏହି ଗୋଟିଏ ମାମଲା ନୁହେଁ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରଠୁ ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲାର ସେ ଖୋଳତାଡ଼ କରିଆସୁଛନ୍ତି । ସେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କଠୁ ଆରମ୍ଭ କରି ସାରା ଅଲ୍ଲୀ ଖାନ, ଦିପିକା ପାଦୁକୋନ, ଶ୍ରଦ୍ଦା କପୁରଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି । ଏପରିକି ୨୦୧୩ରେ ସିଙ୍ଗର ମିକା ସିଂଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ବୈଦେଶିକ ମୁଦ୍ରା ସହ ଧରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡ଼େ।