• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲା

  • ଗତକାଲି ୨ ଓଡ଼ିଆଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଏନସିବି

  • ଆଜି କୋର୍ଟରେ ହାଜର ପରେ ରିମାଣ୍ଡ ଆବେଦନ କରିବ ଏନସିବି

  • ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଖୋଳତାଡ଼ ପାଇଁ ଯୋଜନା

ମୁମ୍ବାଇ : କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।

ଏହି ଅନ୍ତର୍ଜାତୀୟ ନିଶା ରାକେଟର ଖିଅ ଖୋଜିବାକୁ ତଦନ୍ତ ପରିସୀମାକୁ ବଢ଼ାଇଛି NCB । ମୁମ୍ବାଇ ଏନସିବି ସହ ଦିଲ୍ଲୀ ଏନସିବିର ଏକ ସ୍‌ତନ୍ତ୍ର ଟିମ୍ ବି ତଦନ୍ତ କରୁଛି । କ୍ରୁଜର ସିଇଓଙ୍କୁ ଜେରା ପାଇଁ ସମନ କରିବା ସହ ଘଟଣା ଦିନର ସିସିଟିଭି ଓ ମେନିଫେଷ୍ଟୋ ମଗାଇଛି NCB । ସେହିପରି ପୋଲିସର ବିନା ଅନୁମତିରେ କ୍ରୁଜରେ କେମିତି ଆୟୋଜନ କରାଯାଇଥିଲା ରେଭ୍ ପାର୍ଟି ? ଏହି ପାର୍ଟି ଆୟୋଜନ ପଛରେ କିଏ କିଏ ପ୍ରଭାବଶାଳୀ ଅଛନ୍ତି ? ଏନେଇ ଏକ ମାମଲା ରୁଜୁ କରି ସେସବୁର ତଦନ୍ତ କରୁଛି ମୁମ୍ବାଇ ପୋଲିସ

ଅନ୍ୟପଟେ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡ଼ିଇାଙ୍କୁ ଗିରଫ କରିଛି NCB । ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟରୋର ସୂଚନା ଅନୁଯାୟୀ, ୨ ଯୁବକ ହେଉଛନ୍ତି ରାଉରକେଲା ଟାଉନସିପର ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁ । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି NCB । ସେହିପରି ଅଭିନ କ୍ରୁଜରେ ୨ଥର ଗଂଜେଇ ଟାଣିଥିବା ନେଇ ନିଜେ ମାନିଥିବା NCB କୋର୍ଟଙ୍କୁ ଅବଗତ କରାଇଛନ୍ତି ।

ତେବେ କ୍ରୁଜରେ ଡ୍ରଗ୍ସ ପାର୍ଟି ସହ କଣ ଥିଲା ଏମାନଙ୍କ ଲିଙ୍କ ? ଓଡ଼ିଶାରୁ ମୁମ୍ବାଇ ଯାଏଁ ଏମାନେ ପହଞ୍ଚିଲେ କେମିତି ? କୌଣସି ଡ୍ରଗ୍ ପେଡଲରଙ୍କ ସହ ଏମାନଙ୍କ ରହିଛି କି ସମ୍ପର୍କ ? ଏସବୁର ଖୋଳତାଡ଼ କରୁଛି NCB ।