• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଦୁନିଆର ସବୁଠୁ  ଶସ୍ତା ଡାଇଗ୍ନୋସ୍ଟିକ ସେଣ୍ଟର

ନୂଆଦିଲ୍ଲୀ: ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା ଦିଲ୍ଲୀ ଗୁରୁଦ୍ୱାରା ବାଂଲା ସାହିବରେ ରହିଛି ଏହି ଡାଇଗ୍ନୋସ୍ଟିକ ସେଣ୍ଟର । ଏହି ଡାଇଗ୍ନୋସ୍ଟିକ ସେଣ୍ଟରରେ ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି । ଏହାଛଡ଼ା ସିଟି ସ୍କାନ୍,ଅଲ୍ଟ୍ରା ସାଉଣ୍ଡ ଭଳି ବ୍ୟୟ ବହୁଳ ପରୀକ୍ଷା ଗୁଡିକ ବହୁତ ଶସ୍ତାରେ ହୋଇପାରୁଛି । ଏହା ସାଧାରଣ ଲୋକଙ୍କ ସେବା ପାଇଁ ଏହି ସୁବିଧା କରାଯାଇଛି । 

ଗୁରୁଦ୍ୱାରା ବାଂଲା ସାହିବଗୁରୁଦ୍ୱାରା ବାଂଲା ସାହିବ

 ସିଟି ସ୍କାନ୍,ଅଲ୍ଟ୍ରା ସାଉଣ୍ଡ ଭଳି ବ୍ୟୟ ବହୁଳ ପରୀକ୍ଷା ଗୁଡିକ ପାଇଁ ଲୋକ ମାନଙ୍କୁ ୨ରୁ ୩ ମାସ ଅପେକ୍ଷା କରିବାକୁ ପଡିଥାଏ ,କିନ୍ତୁ  ଗୁରୁଦ୍ୱାରା ବାଂଲା ସାହିବଠାରେ ବହୁତ କମ୍ ଖର୍ଚ୍ଚରେ   ଗରିବ ଲୋକମାନେ ଏହି ସେବା ପାଇପାରିବେ । ଏଠାରେ ଜର୍ମାନରୁ ଆସିଥିବା ସିମେନ୍ସ ମେସିନରେ ବ୍ୟୟ ବହୁଳ ପରୀକ୍ଷା କରାଯିବ । ଏହାଛଡ଼ା ଗୁରୁଦ୍ୱାରାରେ ନିର୍ମାଣ ହୋଇଥିବା ହରେକୃଷ୍ଣ ହସପିଟାଲରେ ଏକ ଡାଇଲିସିସ ସେଣ୍ଟର ରହିଛି । ଏହା କେବଳ ଡାଇଲେସିସ ରୋଗୀ ମାନଙ୍କର ସେବା ପାଇଁ ସମର୍ପିତ କରାଯାଇଛି । DSGPCର ଅଧକ୍ଷଙ୍କ କହିବା ଅନୁଯାୟୀ ଜନ ସାଧାରଣଙ୍କ ସେବା ପାଇଁ ୬ କୋଟି ଟଙ୍କାର ଡାଇଗ୍ନୋସ୍ଟିକ ମେସିନ୍ ହସପିଟାଲକୁ ଦାନ କରାଯାଇଛି ଏବଂ ଏଠାରେ ଡାଇଲେସିସ ପାଇଁ ମାତ୍ର ୬୦୦ ଟଙ୍କା ଦେବାକୁ ପଡିବ।

ସୂଚନା ଅନୁସାରେ ଏଠାରେ ଜନ ସାଧାରଣଙ୍କ ସେବା ପାଇଁ ୪ଟି ମେସିନ ଆଣା ଯାଇଛି । ସେଥିମଧ୍ୟରୁ ଗୋଟିଏ ମେସିନ ଡାଇଲେସିସ୍,ଆଲ୍ଟ୍ରା ସାଉଣ୍ଡ ,ଏକ୍ସରେ ଓ ଏମଆରଆଇ ପାଇଁ ରଖାଯାଇଛି । ଯେଉଁଠି ଅନ୍ୟ ହସପିଟାଲରେ MRI ପାଇଁ ୭ରୁ ୮ ହଜାର ଖର୍ଚ୍ଚ ହେଉଛି ଏଠି ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି । ସାଧାରଣ ବର୍ଗର ଲୋକ ମାନଙ୍କ ପାଇଁ ୧୪୫୦ ଟଙ୍କା ରଖାଯାଇଥିବା ବେଳେ ଗରିବ ଲୋକଙ୍କ ପାଇଁ ମାତ୍ର ୫୦ ଟଙ୍କାର ରସିଦ୍ କାଟିବାକୁ ପଡିବ । ଗରିବ ଲୋକମାନେ କିଭଳି ସୁବିଧା ପାଇପାରିବେ ଏ ନେଇ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡାକ୍ତରୀ ଟିମ୍‌ଙ୍କ ଦ୍ୱାରା ଲୋକ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି ।