• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦେଖିବାକୁ ଅବିକଳ ଚିତାବାଘ ଭଳି । ହେଲେ ସେ ବାଘ ନୁହେଁ, ବିଲେଇ ।

  • ଖାଲି ବିଲେଇ ନୁହେଁ ତାକୁ ଶିକାରୀ ବିଲେଇ କୁହାଯାଏ ।

  • ନଦୀରେ ପଶି ଶିକାର କରୁଥିବାବେଳ କ୍ୟାମେରାରେ କଏଦ ହେଲା ।

ଭୋପାଲ: ଦେଖିବାକୁ ଅବିକଳ ଚିତାବାଘ ଭଳି । ହେଲେ ସେ ବାଘ ନୁହେଁ, ବିଲେଇ । ଖାଲି ବିଲେଇ ନୁହେଁ ତାକୁ ଶିକାରୀ ବିଲେଇ କୁହାଯାଏ । ନଦୀରେ ପାଣି ଭିତରେ ପଶି ଶିକାର କରୁଥିବାବେଳେ କ୍ୟାମେରାରେ କଏଦ ହେଲା ଏହି ଶିକାରୀ ବିଲେଇର ଦୃଶ୍ୟ । ଚିତାବାଘ ପରି ଦେଖାଯାଉଥିବା ଏହି ବିରଳ ପ୍ରଜାତି ବିଲେଇର ନାଁ ହେଉଛି ଫିସିଂ କ୍ୟାଟ୍ । ନଦୀରୁ ମାଛ ଶିକାର କରି ଖାଉଥିବାରୁ ତାକୁ ଫିସିଂ କ୍ୟାଟ୍ କୁହାଯାଏ । ଶାରୀରିକ ଗଠନ ଦୃଷ୍ଟିରୁ ଏହି ପ୍ରଜାତିର ବିଲେଇମାନେ ସାଧାରଣ ବିଲେଇଠୁ ୨ଗୁଣା ବଡ ଆକାରର ହୋଇଥାନ୍ତି । ଆମେ ଜାଣିଛେ ବିଲେଇମାନେ ସାଧାରଣତଃ ପାଣିକୁ ଯାଆନ୍ତି ନାହିଁ । କିନ୍ତୁ ପାଣିରୁ ମାଛ ଶିକାର କରି ନିଜ ପେଟ ପୋଷିବା ହିଁ ଏହି ପ୍ରଜାତିର ବିଲେଇଙ୍କ ବିଷେଶତ୍ୱ ।

କୁହାଯାଉଛି ଯେ, ଏହି ଦୁର୍ଲଭ ପ୍ରଜାତିର ବିଲେଇ ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ ହୋଇଛି । ମଧ୍ୟପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଲାଗିଥିବା କ୍ୟାମେରାରେ ଏହି ଫିସିଂ କ୍ୟାଟ୍‌କୁ ଦେଖିବାକୁ ମିଳିଛି । ଫଳରେ ପନ୍ନା ଟାଇଗର ରିଜର୍ଭରେ ଏଭଳି ପ୍ରଜାତିର ବିଲେଇ ରହୁଛନ୍ତି ବୋଲି ଫଟୋରୁ ପ୍ରମାଣିତ ହୋଇଛି । ବିଲୁପ୍ତ ପ୍ରାୟ ଏହି ଫିସିଂ କ୍ୟାଟ୍‌ ପନ୍ନା ଟାଇଗର ରିଜର୍ଭର କେନ ନଦୀ ପାଖରେ ବାସକରନ୍ତି ବୋଲି କୁହାଯାଏ ।

ସୂଚନାଯୋଗ୍ୟ, ଭାରତୀୟ ବନ୍ୟ ଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଅନୁସୂଚୀ ୧ ଅନୁଯାୟୀ ଫିସିଂ କ୍ୟାଟ୍‌ର ଶିକାର କରିବା ନିଷେଧ । ହେଲେ ବିଶ୍ୱରେ ଦିନକୁ ଦିନ ଫିସିଂ କ୍ୟାଟ ପ୍ରଜାତି ଦ୍ରୁତ ଗତିରେ ଲୋପ ପାଇବାରେ ଲାଗୁଛି । ତେଣୁ ଆଦ୍ରଭୂମିରେ ବାସକରୁଥିବା ଏହି ପ୍ରଜାତିର ବିଲେଇମାନଙ୍କୁ ବିଲୁପ୍ତ ପ୍ରାଣିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

Fishing CatFishing Cat

ଏନେଇ ଟାଇଗର ରିଜର୍ଭର ନିର୍ଦ୍ଦେଶକ ଉତ୍ତମ କୁମାର ଶର୍ମା କହିଛନ୍ତି ଯେ, ମଧ୍ୟପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଫିସିଂ କ୍ୟାଟ୍‌ର ପ୍ରାକୃତିକ ବାସସ୍ଥାନ ଜଣାପଡ଼ିଛି । ଯାହାକି ଏକ ଖୁସି ଖବର ସହ ଜାତୀୟ ଖବର ମଧ୍ୟ । ଦ୍ରୁତ ଗତିରେ ଲୋପ ପାଉଥିବା ଏହି ବିରଳ ପ୍ରଜାତିର ବିଲେଇଙ୍କ ଉପରେ ଆଗ୍ରହ ଥିବା ଜୀବବିଜ୍ଞାନୀମାନେ ପନ୍ନା ଟାଇଗର ରିଜର୍ଭରେ ନିଜର ଅନୁସନ୍ଧାନ ଓ ଅଧ୍ୟୟନ କରିପାରିବେ ବୋଲି ଅନୁମତି ଦିଆଯାଇଛି ।

ଏହାସହ ସେ କହିଛନ୍ତି, ପନ୍ନା ଟାଇଗର ରିଜର୍ଭର ମଗରା ଡବାରିଠାରୁ ପିପରଟୋଲ ଇଲାକା ପର୍ଯ୍ୟନ୍ତ ଫିସିଂ କ୍ୟାଟଙ୍କ ପାଇଁ ଅନୁକୂଳ ପରିବେଶ । କାରଣ ସେଠାକାର ଜଳବାୟୁ ଓ ପରିବେଶ ମତ୍ସଜୀବୀଙ୍କ ପାଇଁ ବେଶ ଉଦ୍ଧିଷ୍ଟ । ଜଙ୍ଗଲୀ ପ୍ରାଣୀଙ୍କ ଉପସ୍ଥିତି ଓ ସେମାନଙ୍କର ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ବିଷୟରେ ଜାଣିବା ପାଇଁ ଟାଇଗର ରିଜର୍ଭର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି ।

ପନ୍ନା ଟାଇଗର ରିଜର୍ଭ ମଝିରେ କେନ ନଦୀ ପ୍ରଭାବିତ ହେଉଥିବାରୁ ସେଠାରେ ଫିସିଂ କ୍ୟାଟ ରହୁଥିବା ସମ୍ଭାବନା ରହିଛି । ସମଗ୍ର କେନ୍ଦ୍ରୀୟ ଭାରତରେ ପ୍ରଥମ ଥର ପାଇଁ ଏହି ବିଲେଇର ଫୋଟ କଏଦ ହୋଇଛି । ପୂର୍ବରୁ ମଧ୍ୟପ୍ରଦେଶର କେଉଁଠି ଭି ଫିସିଂ କ୍ୟାଟର ଫଟୋ ପ୍ରମାଣ ମିଳିନଥିଲା । ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଏହି ପ୍ରଜାତିର ଫଟୋ ପ୍ରମାଣିତ ହୋଇଥିବାରୁ ଏହା ରାଜ୍ୟ ପାଇଁ ଏହା ଗର୍ବର ବିଷୟ ପାଲଟିଛି ।