• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପୁଟିନ୍-ମୋଦି ଶିଖର ବୈଠକ । ଆହୁରି ନିବିଡ଼ ହେଲା ଭାରତ-ଋଷିଆ ସଂପର୍କ । ଆମେରିକା ହେଉ କି ଅନ୍ୟ କେଉଁ ରାଷ୍ଟ୍ର । ଭାରତ-ଋଷ ବନ୍ଧୁତ୍ୱ ମଧ୍ୟରେ କାହାରି ସ୍ଥାନ ନାହିଁ ବୋଲି ପୁଣି ଥରେ ବିଶ୍ୱକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ନୂଆଦିଲ୍ଲୀ ଓ ମସ୍କୋ । ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା । ଆଫଗାନିସ୍ତାନ ସ୍ଥିତିକୁ ନେଇ ଭାରତ-ଋଷ ଚିନ୍ତା ପ୍ରକଟ କରିବା ସହ ଆତଙ୍କୀ ସଂଗଠନଙ୍କ ବିରୁଦ୍ଧରେ ମିଳିତ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଉଭୟ ଦେଶ କହିଛନ୍ତି ।

ଗଲା ଦୁଇ ଦଶକରେ ବିଶ୍ୱ ସାମାଜିକ ଓ ରାଜନୈତିକ ଦୃଶ୍ୟପଟ୍ଟରେ ହୋଇଛି ଅନେକ ପରିବର୍ତ୍ତନ । ହେଲେ ବଦଳିନି ଭାରତ-ଋଷିଆ ବନ୍ଧୁତ୍ୱ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଶିଖର ବୈଠକ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ପକ୍ଷ କେବଳ ପରସ୍ପରକୁ ସହଯୋଗ କରିନାହାନ୍ତି ବରଂ କାହାରିକୁ କ୍ଷତି ହେବା ଭଳି ଯଦି କିଛି ପ୍ରସଙ୍ଗ ଆସିଛି, ତେବେ ତୁରନ୍ତ ସେଥିପ୍ରତି ଧ୍ୟାନ ଦେବା ସହ ସମାଧାନର ବାଟ ଖୋଜିବାକୁ ପ୍ରୟାସ କରିଛନ୍ତି । ଏହା ଭାରତ-ଋଷିଆ ବନ୍ଧୁତ୍ୱର ନିବିଡତାକୁ ପ୍ରତିପାଦନ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅନ୍ୟପକ୍ଷରେ ଭାରତକୁ ଏକ ବୃହତ ଶକ୍ତି ଭାବେ ବର୍ଣ୍ଣନା କରିଛନ୍ତି ପୁତିନ୍ । ମିଲିଟାରୀ ହେଉ କି ଟେକ୍ନିକାଲ, ଋଷିଆ ଭାରତ ସହ ଯେଉଁସ୍ତରରେ ସହଯୋଗ କରେ, ବିଶ୍ୱର ଅନ୍ୟ କୌଣସି ସହଯୋଗୀ ସହ କରେନି ବୋଲି ସେ କହିଛନ୍ତି । ସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ-ଋଷିଆ ବନ୍ଧୁତ୍ୱ ତିଷ୍ଠି ରହିଥିବା କହିଛନ୍ତି ପୁତିନ୍ । ଆତଙ୍କବାଦ, ସଂଗଠିତ ଅପରାଧ, ଡ୍ରଗ୍ସ କାରବାର ଭଳି ପ୍ରସଙ୍ଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଆଇସିଏସ୍, ଅଲ-କାଏଦା ଓ ଏଲ୍ଇଟି ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ମିଳିତ ଅଭିଯାାନ ଜାରି ରହିଥିବା ଦର୍ଶାଇବା ସହ ଆଫଗାନିସ୍ତାନ ପ୍ରସଙ୍ଗ ଉଭୟଙ୍କ ଲାଗି ଚିନ୍ତାର ବିଷୟ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ।