• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସର୍ଚ୍ଚ ଅପରେସନ୍ ଜାରି

  • ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ଏପରି ଘଟଣା ଘଟିଛି ।

ଉଗ୍ରବାଦୀଙ୍କ ଲଙ୍କାକାଣ୍ଡ । ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ତେବେ ଏହି ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ଉଗ୍ରବାଦୀ । 

ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ଏପରି ଘଟଣା ଘଟିଛି । ଉଗ୍ରବାଦୀମାନେ ୭ଟି ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ସନ୍ଦିଗ୍ଧ ଟ୍ରକ୍‌ ଗୁଡ଼ିକୁ ଅଟକାଇ ପ୍ରଥମେ ଗୁଳି ଚଳାଇଥିଲେ । ୭ଟି ଟ୍ରକ ମଧ୍ୟରୁ ୬ଟି ଟ୍ରକରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକରେ କୋଇଲା ଯାଉଥିଲା ।

ହେଲେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଉଗ୍ରବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଏହି ଭୟଙ୍କର ଘଟଣା ପଛରେ DNLA ଉଗ୍ରବାଦୀ ଗୋଷ୍ଠୀର କାମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ଜିଲ୍ଲା ଏସପି କହିଛନ୍ତି ଘଟଣା ପରେ ଆସାମ ରାଇଫଲ୍ସ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି ।