• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ

ନୂଆଦିଲ୍ଲୀ: ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ NTPC, କୋଇଲା, ଶକ୍ତି ମନ୍ତ୍ରାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏଭଳି ଆଶଙ୍କା ରହିଛି ଯେ ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି । ଫଳରେ ଆମଦାନୀ କୋଇଲା ଉପରେ ନିର୍ଭର କରୁଥିବା ତାପଜ ବିଦ୍ଯୁତ୍ କେନ୍ଦ୍ରଗୁଡିକ ସେମାନଙ୍କ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ପଞ୍ଜାବରୁ ଓଡ଼ିଶା, କେରଳରୁ ଦିଲ୍ଲୀ ଯାଏଁ ଦେଶର ଅନେକ ରାଜ୍ୟରେ ବିଜୁଳି ସଂକଟ ଗୁରୁତର ହେବା ଅନୁମାନ କରାଯାଉଛି । କୋଇଲା ଉତ୍ତୋଳନ ଓ ପରିବହନରେ ବାଧାକୁ ନେଇ ଦେଶର ଅଧିକାଂଶ ଥର୍ମାଲ ପାଓ୍ୱାର ଷ୍ଟେସନରେ କୋଇଲା ସଂରକ୍ଷଣ ସରି ଯିବାକୁ ବସିଲାଣି । କିଛି ପ୍ଲାଣ୍ଟରେ କୋଇଲା ମାତ୍ର ୪ ଦିନର ଷ୍ଟକ୍ ଥିବା ବେଳେ ଆଉ କିଛି ପାଓ୍ୱାର ପ୍ଲାଣ୍ଟରେ ଥିବା କୋଇଲା ଆଉ ମାତ୍ର ଦିନେରୁ ଦୁଇ ଦିନ ଯାଏଁ ଯିବ । ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ କେନ୍ଦ୍ରମାନଙ୍କରେ ସତର୍କତାମୂଳକ ପଦକ୍ଷେପ ନେବା ସହ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ।

ପଞ୍ଜାବର ଥର୍ମାଲ ପାଓ୍ୱର ପ୍ଲାଣ୍ଟଗୁଡ଼ିକ ବିଦ୍ଯୁତ୍ ଉତ୍ପାଦନକୁ ୫୦ ପ୍ରତିଶତ ହ୍ରାସ କରିଥିବା ବେଳେ ରାଜ୍ୟରେ ୩ ଘଣ୍ଟିଆ ବିଦ୍ୟୁତ କାଟ୍ ଲାଗୁ ହୋଇଛି । କେରଳରେ ମଧ୍ୟ ପାଓ୍ୱାର ପ୍ଲାଣ୍ଟ ଗୁଡିକରେ କୋଇଲା ଷ୍ଟକ୍ ହ୍ରାସ ପାଇଥିବା ବେଳେ କିଛି ଦିନ ହେବ ରାଜ୍ୟ କେନ୍ଦ୍ରୀୟ ପୁଲ୍ରୁ ୧୫ ପ୍ରତିଶତ କମ୍ ବିଦ୍ୟୁତ ପାଉଛି । ଆନ୍ଧ୍ର ପ୍ରଦେଶ ମଧ୍ୟ ଗୁରୁତର ବିଦ୍ଯୁତ୍ ସଂକଟର ସମ୍ମୁଖୀନ ହୋଇଛି । ସେପଟେ ଦେଶରେ ବିଜୁଳି ସଙ୍କଟ ଚର୍ଚ୍ଚା ଭିତରେ ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଶକ୍ତି ଓ କୋଇଲା ମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।