• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟେମ୍ପୋ ଡ୍ରାଇଭର୍‌ରୁ ଆଇପିଏସ୍ ଅଫିସର୍ । ବାନ୍ଧବୀଙ୍କ ପାଇଁ ଭାଗ୍ୟ ବଦଳିଗଲା । ପ୍ରତିକୂଳ ପରିସ୍ଥିତିରେ ହାର ମାନିଲେନି । ଦ୍ୱାଦଶ ଶ୍ରେଣୀରେ ବିଫଳ ହୋଇଥିବା ସାଧାରଣ ଛାତ୍ର ପାଲଟିଗଲା ଆଇପିଏସ୍ ଅଫିସର୍ । ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ କାହାଣୀ ପଛରେ ରହିଛି ବିରାମହୀନ ସଂଘର୍ଷ । ସେହିପରି ଆଜିର ସଫଳତାର କାହାଣୀ ହେଉଛି ଆଇପିଏସ୍ ମନୋଜ ଶର୍ମାଙ୍କର । ସେ ୨୦୦୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ ।

ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁନଥିଲେ । ନବମ, ଦଶମ ଏବଂ ଏକାଦଶରେ ତୃତୀୟ ଶ୍ରେଣୀରେ କୌଣସି ମତେ ପାସ୍ କରିଥିଲେ । ହେଲେ ଦ୍ୱାଦଶରେ କପି କରିପାରିଲେନି ବୋଲି ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ପାଢ଼ ପଢ଼ି ଚାକିରି କରିବା ଆଶା ନଥିଲା ତାଙ୍କର । ଦ୍ୱାଦଶ ପାସ କରିବା ପରେ ଟାଇପିଂ ଶିଖିବା ଏବଂ କୌଣସି ସ୍ଥାନରେ ଛୋଟମୋଟ ଚାକିରି ଖଣ୍ଡେ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଦ୍ୱାଦଶ ପରୀକ୍ଷାରେ କପି କରିବାକୁ ସେ ସମ୍ପୂର୍ଣ୍ଣ ଯୋଜନା । କିନ୍ତୁ ଏସଡିଏମଙ୍କ କଠୋର ନୀତି ଯୋଗୁଁ କପି କରିପାରିନଥିଲେ । ପରୀକ୍ଷାରେ ବିଫଳ ହେବାପରେ ସେ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେବାକୁ ମନସ୍ଥ କରିଥିଲେ । ସମସ୍ତେ ଯେପରି ତାଙ୍କ କଥା ଶୁଣିବେ ସେଥିପାଇଁ ମନେ ମନେ କିଛି କରିବା ପାଇଁ ଚିନ୍ତା କଲେ ।

ହେଲେ ଦ୍ୱାଦଶରେ ବିଫଳ ହେବା ପରେ ଭାଇଙ୍କ ସହ ମନୋଜଙ୍କୁ ଟେମ୍ପୋ ଚଳାଇବାକୁ ପଡ଼ିଲା । ଦିନେ ତାଙ୍କ ଟେମ୍ପୋ ପୋଲିସ୍ ହାତରେ ଧରା ପଡିଗଲା । ଆଉ ଟେମ୍ପୋକୁ ମୁକୁଳାଇବା ପାଇଁ ଏସଡିଏମ୍‌ଙ୍କୁ ଭେଟିବାକୁ ପଡ଼ିଲା । ହେଲେ ଏସଡିଏମ୍‌ଙ୍କୁ ଭେଟିବା ପରେ ଟେମ୍ପୋ କଥା ଭୁଲିଗଲେ ମନୋଜ । ଚାକିରି କରିବା ପାଇଁ, ତୁମେ କିପରି ପ୍ରସ୍ତୁତ କଲ ବୋଲି ତାଙ୍କୁ ପ୍ରଶ୍ନ କଲେ ।

ଆଉ ତା’ପରେ ସେ ନିଜ ଘରକୁ ଗ୍ୱାଲିଅର୍ ଫେରି ଆସିଥିଲେ । ରାସ୍ତା ସହଜ ନଥିଲା । କଠିନ ପରିଶ୍ରମ କରିବା ଆରମ୍ଭ କରିଦେଲେ । ଏପରିକି ଖାଇବା ଗଣ୍ଡାଏ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା । ତା’ପରେ ପିଅନ ଚାକିରି ଖଣ୍ଡିଏ ପାଇଲେ । ଏହାସହ କିଛି ଟଙ୍କା ରୋଜଗାର କରିବାକୁ କବି କିମ୍ବା ପଣ୍ଡିତମାନଙ୍କ ସଭାରେ ପାଣି ମଧ୍ୟ ଦେଉଥିଲେ । ଆଉ ଏହାରି ମଧ୍ୟରେ ଜଣେ ଉଚ୍ଚପଦସ୍ଥ ଅଫିସର ହେବାର ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନଥିଲା । ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ । ଦିନରାତି ଲାଗି ପାଠ ପଢ଼ୁଥିଲେ ।

ହେଲେ ଦ୍ୱାଦଶ ଫେଲ୍ ହେବାର ଟ୍ୟାଗ୍ ତାଙ୍କର ପିଛା ଛାଡ଼ୁନଥିଲା । ସେ ଭଲ ପାଉଥିବା ଝିଅକୁ ମଧ୍ୟ ଭୟରେ ହୃଦୟ କଥା କହିପାରି ନଥିଲେ । ଦ୍ୱାଦଶରେ ବିଫଳ ହୋଇଥିବା ଚିନ୍ତା କରି କିଛି କହିପାରୁ ନଥିଲେ । ଝିଅ ଫେଲ୍ ହୋଇଥିବା କହିଦେବ ବୋଲି ଚିନ୍ତା କରି ପଛଘୁଞ୍ଚା ଦେଉଥିଲେ ।ତା’ପରେ ଅନେକ ସଂଘର୍ଷ ପରେ ଦିଲ୍ଲୀ ଗଲେ ପାଠ ପଢ଼ିବାକୁ । ଟଙ୍କା ନଥିବାରୁ ବଡ ଘରେ କୁକୁର ବୁଲାଇବାର କାମ ମଧ୍ୟ କଲେ । ଗୋଟିଏ କୁକୁର ପିଛା ୪୦୦ ଟଙ୍କା  ଆୟ କରୁଥିଲେ,  ଆଉ ସେଥିରେ ପାଠ ପଢ଼ୁଥିଲେ ।

ତାଙ୍କ ପାଠପଢ଼ା ଇଚ୍ଛା ଦେଖି ବିକାଶ ଦିବ୍ୟାକର୍ତ୍ତୀ ନାମକ ଜଣେ ଶିକ୍ଷକ ବିନା ଫିସରେ ତାଙ୍କର ଆଡମିଶନ ଦେଇଥିଲେ । ପ୍ରଥମ ପ୍ରୟାସରେ ପ୍ରି ଲିମ୍ କ୍ଲିୟର କରିଥିଲେ । ତେବେ ଦ୍ୱିତୀୟ ଓ ତୃତୀୟ ପ୍ରୟାସ ସମୟରେ ସେ ଭଲ ପାଉଥିବା ଝିଅ ସାମ୍ନାରେ ନିଜର ମନ କଥା ଖୋଲି କହିଥିଲେ । ପ୍ରସ୍ତାବରେ ରାଜିହେଲେ ଦୁନିଆଁକୁ ବଦଳାଇଦେବି ବୋଲି କହିଥିଲେ । ଆଉ ତା’ ପରେ କଠିନ ପରିଶ୍ରମ କରି ସଫଳ ହେଲେ ମନୋଜ୍ । ଚତୁର୍ଥ ପ୍ରୟାସରେ ସେ ୧୨୧ ରାଙ୍କରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ୍ ହୋଇଥିଲେ । ଆଉ ସେହି ସମୟ ମଧ୍ୟରେ ମନୋଜ ଗ୍ୱାଲିଅରରୁ ସ୍ନାତକୋତ୍ତର କରିବା ପରେ ତାଙ୍କର ପିଏଚଡି ମଧ୍ୟ ସମାପ୍ତ କରିସାରିଥିଲେ । ୨୦୦୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରରୁ ଆଇପିଏସ୍ ହୋଇଥିଲେ ମନୋଜ । ବର୍ତ୍ତମାନ ସେ ମୁମ୍ବାଇରେ ଆଡ଼ିସନାଲ କମିଶନର ଭାବରେ ଭାବେ କାର୍ଯ୍ୟରତ ।